ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ କୋଟ ଚାଲାଣ

0 35

ଟିଟିଲାଗଡ,ଶନିବାର ଦିନ ମୁରିବାହାଲ ବ୍ଲକ ବାଙ୍କେଲ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶନିବାର ଦିନ ଗ୍ରାମର ସୁରେନ କୁମ୍ଭାର ମଦ୍ୟପାନ କରିଥିବା ଅବସ୍ଥାରେ ବାଡ଼ିରେ ସ୍କୁଲ ଛାତ୍ର ମାନଙ୍କୁ ପିଟିଥିଲା । ତେବେ ଗୁରୁତର ୬ ଜଣ ଛାତ୍ରଙ୍କୁ ଟିଟିଲାଗଡ ସରକାରି ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସେହି ଘଟଣା ଭିଆଇବା ପରେ ମଦ୍ୟପ ସୁରେନ୍ କୁମ୍ଭାର ଫେରାର ମାରିଥିଲା । ଟିଟିଲାଗଡ ଥାନାଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଅଭିଯୁକ୍ତ ରବିବାର ଦିନ ଧରିବାରେ ସଫଳ ହେବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସୁଚନା ଦେଇଛନ୍ତି । ପୋଲିସ ଅତି ଶୀଘ୍ର ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ପୋଲିସ ପକ୍ଷରୁ ନିଆଯାଇଥବା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ରଶାସନ ପ୍ରଶଂସାର ପାତ୍ର ହୋଇପାରିଛି ।

 

Leave A Reply

Your email address will not be published.