ବସ୍ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା: ୬ ଆହତ

0 42

ନୂଆପଡା,ରବିବାର ଦିନ ପ୍ରାୟ ୧ଟା ସମୟରେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଭାଟି ନିକଟ ସମ୍ଭବ ଥାରେ ଏକ ମର୍ମନ୍ତୁଦ ସଡକ ଦୁର୍ଗଠାଣରେ ୬ ଜଣ ଆହାତ ହୋଇଛନ୍ତି । ସୂଚନା ମୁତାବକ ନୂଆପଡା ରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଓଡିଶା ରାଜ୍ୟ ବରିବହନର ବସ ପିକରଣ ସଂଖ୍ୟା ଓଡି ୦୭ବି୯୮୦୫ ବସ ସହ ଏକ ସ୍କର୍ପିଓ ପିକରଣ ସଂଖ୍ୟା ଓଡି ୦୮ୟୁ ୧୦୩୪ ମୁହାମୁହିଁ ଧକ୍କା ହୋଇଥିଲା । କିନ୍ତୁ ବସ ଚଳାକଙ୍କ ଉପସ୍ଥିତ ବୁଦ୍ଧୀ ଯୋଗୁଁ ସ୍କର୍ପିଓରେ ବସିଥିବା ୬ ଜଣଙ୍କ ଜୀବନ ବର୍ତ୍ତି ଯାଇଥିଲା ବେଳେ ୬ ଜଣ ଯାକ ଆହତ ହୋଇଥିଲେ । ସ୍କର୍ପିଓଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର
ହୋଇଯାଇଥିଲା । ତେଭେ ଖବରପାଇ ତରବୋଡ ଫାଣ୍ଡିର ପୁଲିସ ଅଧିକାରୀ ରାମଲାଲା ଜୁରିଆ ଅନ୍ୟମାନେ ଘଟଣାସ୍ତଳରେ ପହଞ୍ଚିଥିବା ସ୍ଥଳେ ନିକଟସ୍ଥ ଗ୍ରାମବାସୀ ମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ । ତେବେ ସ୍କର୍ପିଓରେ ୬ଜଣ ଥିବାର ବନ ବିଭାଗର ବୋଲି ଜଣାପଡିଥିଲା ସେମାନଙ୍କୁ ସେଠାରୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ୭ରୁ ଦୁର୍ଘଟଣାର ଖବର ପାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସଜାଗ ଥିଲେ । ତେବେ ଆହତ ମାନେ ହେଲେ ବନ ବିଭାଗର ଫରେଷ୍ଟର ଗୋପାଳ ମହାନନ୍ଦ ଫରେଷ୍ଟର କନ୍ଦର୍ପ ସୁନାନୀ, ଫରେଷ୍ଟର ତ୍ରିବିକ୍ରମ ନାଏକ ଓଚାଲକ ଖଗେଶ୍ୱର ଦୁରିଆ, ରାଜେଶ ହାରିଜନ ଓକୁ ବାଗ ସମିଲ ଅଛନ୍ତି । ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ସମୟରେ ଚିକିତ୍ସା ଜାରି ରହିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଦିକା ଅଫିସର ଡ. ସୁଧିର ରନ ନାୟକଙ୍କ କହିବା ମୁତାବକ ସମସ୍ତ ଆହାତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ କିଛି ଜଣଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡିଥିଲା ବେଳେ ଜଣକଙ୍କର ଅଣ୍ଟାରେ ମାଡ ହୋଇଛି ବୋଲି ସୂଚନା ଦେଇଛନ୍ତି । ତେବେ ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଅନ୍ୟଏକ ବସ ଯୋଗେ ଯାତ୍ରୀମାନଙ୍କୁ ସୁରକ୍ଷିତ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯିବାର ବ୍ୟାବସ୍ଥା କରାଯାଇଛି ।

Leave A Reply

Your email address will not be published.