ଶ୍ରୀଜଗନ୍ନାଥଙ୍କ ବିନା ପତ୍ରଟିଏ ବି ହଲେନି : ନବୀନ

0 64

ଭୁବନେଶ୍ୱର, ଆଉ ଦିନକ ପରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୧୭ ତାରିଖକୁ ସମସ୍ତଙ୍କ ଅପେକ୍ଷା । ଏହା ହେଉଛି ସାରା ଓଡ଼ିଶା ଜାତି ପାଇଁ ଉତ୍ସବର ଦିନ । ଏହି ଦିନକୁ ମହାପ୍ରଭୁଙ୍କୁ
ସମର୍ପଣ କରି ଉତ୍ସବ ପାଳନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଓଡ଼ିଆଙ୍କ ଶ୍ରେଷ୍ଠ ପରିଚୟ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ତେଣୁ ନିଜନିଜ ଭାବରେ ଭକ୍ତି ପ୍ରକାଶ କରିବା ସହ ଆସନ୍ତୁ ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜାଇ ପୂଜା କରିବା ସହିତ ଭଜନକୀର୍ତ୍ତନ କରି ପ୍ରଭୁଙ୍କର ନାମ ଜପ କରିବା । ଘରେ ଘରେ ଭକ୍ତି, ସମର୍ପଣ ଏବଂ ଆନନ୍ଦ ଉତ୍ସାହର ସହିତ ଏହି ଉତ୍ସବକୁ ପାଳନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମହାପ୍ରଭୁଙ୍କ ବିନା ପତ୍ରଟିଏ ବି ହଲିବନି । ଆମର ପରମ ସୌଭାଗ୍ୟ ଯେ, ଆମ ଜୀବନକାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସାକ୍ଷୀ ହୋଇପାରିଛି । ଶାନ୍ତି ଏବଂ ଦିବ୍ୟ ଆନନ୍ଦର ସହିତ ଭକ୍ତମାନେ ଯେଭଳି ଶ୍ରୀମନ୍ଦିର ପରିକ୍ରମା କରିବେ ତାହା ହିଁ ଆମର ଲକ୍ଷ୍ୟ ।

 

Leave A Reply

Your email address will not be published.