ମନ୍ତ୍ର ଓ ବେଦପାଠରେ କମ୍ପିଲା ଶ୍ରୀକ୍ଷେତ୍ର

0 51

ପୁରୀ, ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିାଇଁ ଆରମ୍ଭ ହୋଇଥିବା ଯଜ୍ଞର ଆହୁତି ସାଙ୍ଗକୁ ବେଦଧ୍ୱନିରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ସାମର୍ଥ ବର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଭୁକ୍ତ ଶ୍ରୀସେତୁ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳ ପରିଦର୍ଶନ କରିଛନ୍ତି । ସେହିପରି ପୋଲିସ ମହାନିଦେ୍ର୍ଦଶକ ମଧ୍ୟ ଆଜି ଯଜ୍ଞ ସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ମହାନିଦେ୍ର୍ଦଶକଙ୍କ ପରିଦର୍ଶନ ସମୟରେ ଗୁଇନ୍ଦା ନିଦେ୍ର୍ଦଶକ ସଂଜୀବ ପଣ୍ଡା, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଏସପି କେ. ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ମହାନିଦେ୍ର୍ଦଶକ ଅରୁଣ ଷଡ଼ଙ୍ଗୀ କହିଥିଲେ ଯେ, ଆସନ୍ତା ୧୭ ତାରିଖର ହେବାକୁ ଥିବା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା
କରାଯାଇଛି । ଲୋକାର୍ପଣ ଉତ୍ସବ ଦିନ ସୁରକ୍ଷା ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯିବ । ବରିଷ୍ଠ ଅଧିକାରୀମାନଙ୍କୁ ସୁରକ୍ଷା ତଦାରଖ  ଦାୟିତ୍ୱରେ ନିୟୋଜିତ କରାଯିବା ସହିତ ବୋମା ଡିସପୋଜାଲ ଟିମ୍ ନିୟୋଜିତ ହେବେ । ସାରା ପୁରୀ ସହର ସିସିଟିଭି ନଜରରେ ରହିବ ବୋଲି ସେ କହିଥିଲେ । ଆଜିଠାରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞମଣ୍ଡପରେ ଆରମ୍ଭ ହୋଇଛି ଯଜ୍ଞ । ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ କରଯାଇଥିଲା । ଶ୍ରୀମନ୍ଦିର ରୋଷଘରୁ ଅଗ୍ନି ଅଣାଯିବା ପରେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିଲା ଯଜ୍ଞ । ପ୍ରଶାସନିକ କଟକଣା ଯୋଗୁଁ ଶ୍ରାଦ୍ଧଳୁମାନେ ଯଜ୍ଞ ସ୍ଥଳକୁ ଆସିାରିନଥିଲେ ମଧ୍ୟ ସମଗ୍ର ସହରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଚାରିଦ୍ୱାର ହେଉଥିବା ବେଦପାଠରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ସାଲଗ୍ନ ଅଞ୍ଚଳ । ଯଜ୍ଞ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ଚାରିଦ୍ୱାରରେ ବେଦ ପାଠ କରାଯିବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ସନ୍ଧ୍ୟାର ରଙ୍ଗୀନ ଆଲୋକମାଳାରେ ଏବେ ଝଲସୁଛି ଜଗନ୍ନାଥ ଧାମ୍ । ପୁରୀ ସହରର ପ୍ରମୁଖ ରାସ୍ତା କାନ୍ଥରେ ଅଙ୍କା ଯାଇଥିବା ପାରମ୍ପରିକ ଆଦିବାସୀ ସଂସ୍କୃତି, ଓଡ଼ିଶୀ, ପାରମ୍ପରିକ ବାଦ୍ୟ, ବିଭିନ୍ନ
ଆକର୍ଷଣୀୟ ଫୁଲ, ପଶୁକ୍ଷୀଙ୍କ ଆକର୍ଷଣୀୟ ଚିତ୍ରକଳା ଦର୍ଶନର୍ଥୀ ଓ ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରୁଛି । ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉକ୍ରଙଋା । ସେହିରି ଆଠ ସାହି ଆଖଡା ପକ୍ଷରୁ ସାଂସ୍କୃତିକ ଓ ସମରକଳା ମଧ୍ୟ ପ୍ରଦର୍ଶନ କରଯାଉଛି । ନାଗା, ଦୂର୍ଗା, କାଳୀ, ଗଣେଶ ମେଢ଼ ସହ ଘୋଡାନାଚ, ଓଡିଶୀ, ଘଣ୍ଟ, ସଂକୀର୍ତ୍ତନରେ କମ୍ପୁଛି ବଡଦାଣ୍ଡ । ଆସନ୍ତାକାଲି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶୀଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି ଓ ପୁଷ୍ପାଞ୍ଜଳି ଆଦି ସହିତ ଯଜ୍ଞ ହେବ । ୧୭ ତାରିଖ ସକାଳ
ସାଢେ ୭ଟାରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧ଟା ୧୫ରୁ ସାଢେ ଗୋଟାଏ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

 

Leave A Reply

Your email address will not be published.