ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମୋହର ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସିକୁ ମଞ୍ଜୁରୀ

0 61

ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାବସିଥିବା ରାଜ୍ୟ କ୍ୟବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି । ଏ ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ରାଜ୍ୟରେ କଫିଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମଞ୍ଜୁରୀ ମଳିଛି। ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି । କଫିଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ। ୬ ଜିଲ୍ଲାରେ ହେବ କଫିଚାଷ। ଏଥିପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି । ଏମଏସଏମଇ ବିଭାଗର ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି। ଲିଜ୍‌ ଜମିକୁ ସ୍ଥିତିବାନ କରିବା ନେଇ ଗୁରୁତ୍ୱୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ପୂର୍ବରୁ ଜମି ମୂଲ୍ୟର ୧୦% ଦେୟ ପଡୁଥିଲା । ଏବେ ଉକ୍ତ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡ଼ିବ। ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩% ଦେୟରେ ହେବ କନ୍‌ଭରର୍ସନ। ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି-୨୦୨୪କୁ ମଧ୍ୟ ମଞ୍ଜୁରୀ ମିଳିଛି। ବାୟୋଟେକ୍ନୋଲୋଜି ଷ୍ଟାର୍ଟ- ଆପକୁ ମିଳିବ ଆର୍ଥିକ ସୁବିଧା। ଗଠନ ହେବ ଓଡ଼ିଶା ବାୟୋଟେକ୍ନୋଲୋଜି ଭିଜନ ଗ୍ରୁ। ଓଡ଼ିଶାରେ ଜେଏସ୍‌ଡବ୍ଲ୍ୟୁ ଇଭି ଯାନ ନିର୍ମାଣ କରିବ। ନରାଜ ନିକଟରେ
ହେବ କାରଖାନା । ୪୦ ହଜାର କୋଟି ଟଙ୍କା ନିବେଶ ହେବ। ଇଭି କାରଖାନାରେ ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବେ। ଗୋଟିଏ ଜାଗାରେ ଦେଶର ସବୁଠାରୁ ବଡ଼ ଇଭି କାରଖାନା ହେବ।
ଇଲେକ୍ଟ୍ରି ଯାନ ପାଇଁ ଦୁଇ ପ୍ରକାର କାରଖାନା କରିବ ଜେଏସ୍‌ଡବ୍ଲ୍ୟୁ। ଗୋଟିଏ କାରଖାନାରେ ଇଲେକ୍ଟ୍ରି ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ହେବ। ଅନ୍ୟ କାରଖାନାରେ ଇଲେକ୍ଟ୍ରି ଯାନ କମ୍ପୋନେଟ ନିର୍ମାଣ ହେବ।

 

Leave A Reply

Your email address will not be published.