ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣା ଆତ୍ମ ସମର୍ପଣ କଲେ ସମସ୍ତ ୧୧ ଦୋଷୀବିଲକିସ ବାନୋ ଗଣଦୁଷ୍କର୍ମ ଘଟଣା

0 294

ନୂଆଦିଲ୍ଲୀ, ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କଲେ ବିଲକିସ ବାନୋ ଗଣଦୁଷ୍କର୍ମ ଦୋଷୀୟ ସମସ୍ତ ୧୧ ଦୋଷୀ। ଗୁଜରାଟ ଗୋଧ୍ରାର ଉପକାରାଗାରରେ ଆତ୍ମସମର୍ପଣ କରିଛନ୍ତି। ଗତକାଲି ରାତି ସାଢେ ୧୧ଟା ସମୟରେ ସମସ୍ତ ୧୧ ଦୋଷୀ ଗୁଜରାଟ ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବଜେଲରେ ସରେଣ୍ଡର କରିଛନ୍ତି। ସମସ୍ତ ଦୋଷୀଙ୍କୁ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସ୍ରୁିମକୋର୍ଟ। ସମସ୍ତ ଦୋଷୀ ୨୦୦୨ ମସିହାର ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ସହ ତାଙ୍କ ପରିବାର ଲୋକଙ୍କୁ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚଳିତ ମାସ ୮ ତାରିଖରେ ସ୍ରୁିମକୋର୍ଟ ଏହି ମାମଲାରେ ସମସ୍ତ ଦୋଷୀଙ୍କ ରାଜକ୍ଷମାକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରେଣ୍ଡର ସମୟ ସୀମା ବୃଦ୍ଧି କରିବା ଲାଗି ଅଭିଯୁକ୍ତମାନେ ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତୟ ୨୧ ତାରିଖରେ ସରେଣ୍ଡର କରିବା ପରେ ଅଭିଯୁକ୍ତମାନେ ରିଭ୍ୟୁିଟିସନ ଦାଖଲ କରିବାର ସୁଯୋଗ ରହିଛି। ସେମାନେ ମହାରାଷ୍ଟ୍ର ସରକାର
ନିକଟରେ ପୁନର୍ବାର ସମୀକ୍ଷା ପିଟିସନ ଦାଖଲ କରିବାର ବି ବିକଳ୍ପ ରହିଛି। ୨୦୦୨ ଦଙ୍ଗା ସମୟରେ ୨୧ ବର୍ଷ ବୟସ୍କା ତଥା ୫ ମାସର ଗର୍ଭବତୀ ବିଲକିସଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କର ୩ ବର୍ଷ ବୟସ୍କା ଝିଅ ସମେତ ୭ ଜଣଙ୍କୁ ହତ୍ୟା କରିଥିଲେ ଦୋଷୀ।

 

Leave A Reply

Your email address will not be published.