ଆଜିଠୁ ବିଜେଡିର ‘ପରିବାର ସମ୍ପର୍କ ଅଭିଯାନ’

0 30

ଭୁବନେଶ୍ୱର, ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜନତା ଦଳ “ପରିବାର ସମ୍ପର୍କ ଅଭିଯାନ’ ଆରମ୍ଭ କରିବ। ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ। ଏହି ପରିବାର ସମ୍ପର୍କ ଅଭିଯାନରେ ବଜୁ ଜନତା ଦଳ ପ୍ରତି ପରିବାରରେ ପହଞ୍ଚିବ। ଲିଫ୍ଲେଟ୍‌ ମାଧ୍ୟମରେ କ୍ୟାମ୍ପେନ କରିବା ସହ ନବୀନ ସରକାରଙ୍କ ସଫଳତା ସହ ସବୁ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବ। ଏନେଇ ବଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର  ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତି ବର୍ଷ ପରି ଗତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ଜନ ସମ୍ପର୍କ ପଦଯାତ୍ରା ହୋଇଥିଲା। ତା ପରେ ଯେ ପ୍ରତି ନିର୍ବାଚନ ମଣ୍ଡଳୀର ୨୦୦ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା। ଡ଼ିସେମ୍ବର ୨୫ ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ପରିବାର ସମ୍ପର୍କ  ଅଭିଯାନ କରାଯିବ। ଘରେ ଘରେ ପହଞ୍ଚିବା ସହ, ଲିଫ୍ଲେଟ୍‌ ମାଧ୍ୟମରେ କ୍ୟାମ୍ପେନ କରାଯିବ। ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ହେବ। ଏହାକୁ ସ୍ଥାନୀୟ ନେତୃତ୍ୱ ଅନୁାଳନ କରିବେ। ଜିଲ୍ଲା ପର୍ଯ୍ୟବେକ୍ଷକ ଏହାକୁ ତଦାରଖ କରିବେ। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେଡିର ନେତୃବୃନ୍ଦ ରାଜ୍ୟର ପ୍ରତିଟି ପରିବାର ନିକଟରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତାକୁ ପହଞ୍ଚାଇବେ ବୋଲି ଜଣାପଡ଼ିଛି। ଏନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ ଅଧିକ ସୂଚନା ଦେଇ କହିଛନ୍ତି, ଆମେ
ପ୍ରତି ପରିବାର ସହ ସମ୍ପର୍କ ନିବିଡ଼ ରଖିଛୁ। ଏହାକୁ ଆହୁରି ନିବିଡ଼ କରିବାକୁ ଗୋଟେ ପରିବାରର ଆବଶ୍ୟକତା ସମ୍ପର୍କରେ ତଥ୍ୟ ନେବାକୁ ପରିବାର ସମ୍ପର୍କ ଅଭିଯାନ ହେବ। ସମାଜର ସବୁ ବର୍ଗରୁ ସମୃଦ୍ଧ କରିବାକୁ ଏହା ହେବ। ଆମେ ପଦଯାତ୍ରା କରିଛୁ। ସରକାରଙ୍କ ଯୋଜନାକୁ ଠିକ୍‌ ଭାବେ ପହଞ୍ଚାଇବାକୁ ଓ ଆଉ କଣ କରି ହେବ ସେ ନେଇ ମତ ନିଆଯିବ। ଏହା ହିଁ ହେଉଛି “ପରିବାର ସମ୍ପର୍କ ଅଭିଯାନ’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି ।

Leave A Reply

Your email address will not be published.