ଆରଏସଏସ ମୁଖ୍ୟଙ୍କ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ୍ ହଟିଲା

0 70

ନୂଆଦିଲ୍ଲୀ, ୫ ।୬: ଦୀର୍ଘଦିନ ଧରି ଟ୍ୱିଟରରେ ସକ୍ରିୟ ନଥିବାରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଉ କିଛି ସଦସ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି । ବ୍ଲୁ ଟିକ ଥିବା ଆକାଉଣ୍ଟକୁ ଏକ ଭେରିଫାଏଡ ଆକାଉଣ୍ଟ ଭାବେ ବିବେଚନା କରାଯାଇଥାଏ । ଟ୍ୱିଟରରେ ସକ୍ରିୟ ଓ ଅଧିକ ଅନୁଗାମୀ ଥିବା ଲୋକଙ୍କୁ କମ୍ପାନୀ ଏଭଳି ମାନ୍ୟତା ଦେଇଥାଏ । ଆଜି ସକେଳେ ପ୍ରଥମେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଥିଲା । ଏହାକୁ ନେଇ ବିବାଦ ହେବାରୁ ପୁଣି ଏହାକୁ ଯୋଡ଼ା ଯାଇଛି । ଦୀର୍ଘଦିନ ହେଲା ଉପରାଷ୍ଟ୍ରପତି ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟବହାର କରୁ ନଥିବାରୁ କମ୍ପାନୀ ଏପରି କରିଥିବା କହିଥିଲା । ଏବେ ମୋହନ ଭାଗବତଙ୍କ ସହ ତାଙ୍କ ସହଯୋଗୀ ସୁରେଶ ସୋନି, ଅରୁଣ କୁମାର, ସୁରେଶ ଯୋଶୀ ଓ କ୍ରିଷ୍ଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି । ଏହାକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.