କିଡ୍ନୀନି ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତୁନ

80

ସାଲେପୁର : କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ । ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇ ଯାଇଛି । ସେ ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସା ଧୀନ ଅଛନ୍ତି । କିନ୍ତୁ ଅର୍ଥ ସାଜିଛି ତାଙ୍କର ଚିକିତ୍ସା ପାଇଁ ବଡ଼ ପ୍ରତିବନ୍ଧକ । ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ର ପୁଅ । ତାଙ୍କ ବାପା ଏବେ ବୟଷର ଅପରାହ୍ନରେ ଉପନୀତ । ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି ।

ଜିତୁନଙ୍କ ଦେହଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ । ଜିତୁନଙ୍କ ପରିବାର କହିଲେ ତାଙ୍କ ବାପା, ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣର ଆର୍ଥିକ ସଙ୍କଟ ଜିତୁନଙ୍କ ଚିନ୍ତାକୁ ଆହୁରି ଦ୍ବିଗୁଣିତ କରିଛି । ଜିତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରକାଶ କରିଛନ୍ତି । ଯଦି ସରକାର,ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢାନ୍ତି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରିବ ।

ଜିତୁନକୁ ଆପଣଙ୍କ ସହଯୋଗ କରିବାକୁ ଚାହୁଁଥିଲେ ତାଙ୍କ ଆକାଉଣ୍ଟ ନମ୍ବର 34227321708 ifsc:SBINOO 17199 ଗୁଗୁଲପେ ଫୋନପେ 9399811651

Comments are closed.