ଅନ୍ଲକ୍: ସତର୍କ କଲା କେନ୍ଦ୍ର

77

ଭୁବନେଶ୍ୱର : କୋଭିଡଜନିତ ଲକ୍ଡାଉନ୍ କୋହଳ ନେଇ ସବୁ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ । କୋହଳ କଟକଣା ଯୋଗୁ ଜନଗହଳି ସୃଷ୍ଟି ହେଉଥିବାରୁ ବିଭିନ୍ନ ଗାଇଡ୍ଲାଇନ୍ ପାଳନ କରିବା ଲାଗି ୫ ସୂତ୍ରୀ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କୋଭିଡ ନିୟନ୍ତ୍ରଣ ନେଇ ଉପଯୁକ୍ତ ପଦକ୍ଷେପ, ଟେଷ୍ଟ-ଟ୍ରାକ-ଟ୍ରିଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କଟକଣା କୋହଳ ହେଉଥିବାରୁ ଏଥି ପ୍ରତି ସତର୍କ ରହିବା ଲାଗ ତତ୍ପର ହୋଇଛନ୍ତି ସରକାର । ଏହାସହ ଏହି ଗାଇଡ୍ଲାଇନ୍ ନ ମାନିଲେ ସ୍ଥିତି ପୁଣି ବିଗିଡିପାରେ ବୋଲି ଦେଇଛନ୍ତି ସତର୍କ ସୂଚନା ।

କେନ୍ଦ୍ର ଗୃହ ସଚିବ କହିଛନ୍ତି କୋଭିଡ ଦ୍ୱିତୀୟ ଲହରୀରେ ଅସାବଧନତା ଯୋଗୁ ସଂକ୍ରମଣ ସଂଖ୍ୟା ବିଶେଷ ଭାବେ ବଢିଛି । ସେପଟେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍କୁ ହ୍ରାସ କରାଯାଉଛି । ତେବେ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ ପରେ ହିଁ ଲକ୍ଡାଉନ୍ କୋହଳ ବିଷୟ ଚିନ୍ତା କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗୃହସଚିବ ଅଜୟ ଭାଲ୍ଲା । ଏହାସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସଫା କରିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମକୁ ମାନିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

Comments are closed.