ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ : ୯୭.୮୯ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ ପାସ୍

75

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ମାଟ୍ରିକ ପରୀକ୍ଷା (ରେଗୁଲାର ଓ ଏକ୍ସ ରେଗୁଲାଲ) ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ମୋଟ ୫ଲକ୍ଷ ୭୪ ହଜାର ୧୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପାସ୍ କରିଥିବା ବେଳେ ୭ ହଜାର ୭୦୩ ଜଣ ପିଲା ଫେଲ ହୋଇଛନ୍ତି । ୪୪୧୨ ପିଲା ଅନୁପସ୍ଥିତ ଥିବାରୁ ଫେଲ୍ ହୋଇଛନ୍ତି । ସ୍କୁଲ ମାର୍କ ଦେଇନଥିବାରୁ ୨୨୫୬ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ଏକ୍ସ ରେଗୁଲାର ପିଲାଙ୍କ ପାସ୍ ହାର ୮୮.୩୩% ରହିଥିବା ବେଳେ ୫୯୪୫ ସ୍କୁଲରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । www.bseodisha.ac.in ରେ ମଧ୍ୟ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ସନ୍ଧ୍ୟା ୬ଟାରେ ଓ୍ୱେବସାଇଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ । ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କଲେ ଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଯଦି ଇଣ୍ଟରନେଟ୍ ସମସ୍ୟା ଦେଖାଯାଏ, ତେବେ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଜାଣିପାରିବେ ସେମାନଙ୍କ ଫଳାଫଳ । ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।

Comments are closed.