ବାଲିଗୁଡ଼ା : ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ୫୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ କରିଛି ପୋଲିସ୍ । ଡିଏସପି ସ୍ବାରଜ ଦେବତାଙ୍କ ନେତୃତ୍ବରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମରେ ବାହାର ଜିଲ୍ଲାକୁ ଚୋରାଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛ୍ଛିତ ରଖାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବରିକିଆ ଗ୍ରାମରେ କିଛି ଲୋକଙ୍କ ଘରେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍ । ସେଠାରୁ ୧ଟନ୍ ୪୪କେଜି (୧୦୪୪କେଜି) ଗଞ୍ଜେଇ ଜବତ କରିବାସହ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ରଖିଥିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛି ପୋଲିସ୍ ।ସେମାନେ ହେଲେ ଅନ୍ତେଶ୍ବର ମଳିକ, ନରେଶ ଦିଗାଳ,ଅରୁଣ ଦିଗାଳ,ଦିନାବନ୍ଧୁ ମଳିକ ଙ୍କୁ ଗିରଫ କରି ps Case no 127/21ରେ କେସ ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଲିଗୁଡ଼ା ଆଇଆଇସି ବାବା ଶଙ୍କର ସରାଫ କହିଛନ୍ତି। ଅଞ୍ଚଳରେ ଦିନକୁଦିନ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବାକୁ ଯୋରଦାର ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି ଡିଏସପି ସ୍ବାରଜ ଦେବତା ।