ରାଜନୀତି ନହେଉ, ଦୋଷୀ ଦଣ୍ଡ ପାଉ: ବିଜେଡି

76

ଭୁବନେଶ୍ୱର : ମହାଲିଙ୍ଗ ମମିତା ମର୍ଡର ମିଷ୍ଟ୍ରିରେ ବନ୍ଧା ହୋଇ ଜେଲ୍ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ମାମଲାରେ ବିରୋଧୀ ସରକାରୀ ଦଳକୁ ଟାର୍ଗେଟ୍ କରିଥିବା ବେଳେ ପ୍ରେସମିଟ୍ କରିଛି ବିଜେଡି । ମମିତାଙ୍କ ମୃତ୍ୟୁରେ ପରିବାରକୁ ବିଜେଡି ସମବେଦନା ଜଣାଇଛି । ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମାମଲାର ତଦନ୍ତ ଦାୟିତ୍ୱ ଏନ୍ଆଇଏରେ କାମ କରିଥିବା ଜଣେ ଅଧିକାରୀଙ୍କୁ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୃକ୍ତ ସେମାନେ ବି ଦଣ୍ଡ ପାଇବେ । ଉକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକମାନେ କାମ କରୁଛନ୍ତି । ସେମାନଙ୍କୁ ବଦନାମ କରାନଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି । ଛାତ୍ରଛାତ୍ରୀ ଭଲ ପାଠ ପଢ଼ନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । କିଏ ଫଟୋ ଉଠେଇଲା, ସିଏ ଦୋଷୀ କହିବା ଠିକ୍ ନୁହଁ । ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଲେ ଦୋଷୀ ହେବେ ନାହିଁ । ମନ୍ତ୍ରୀ ସେଠାକୁ ଯାଉଥିଲେ କି ନାହିଁ, ତଦନ୍ତ ପରେ ଜଣାପଡ଼ିବ । ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି । ମୋହନ ମାଝୀଙ୍କର ବି ଅନେକ ନେତାଙ୍କ ସହ ଫଟୋ ଅଛି । ଉତ୍ତର ପ୍ରଦେଶରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ହେଲା । କାହିଁ ସେଠାରେ ବଜେପି ନେତା ସିବିଆଇ ତଦନ୍ତ ପାଇଁ ଦାବି କଲେନି ? ଆମର ନ୍ୟାୟପାଳିକା, ପୋଲିସ ଉପରେ ଭରସା ଅଛି । ବିଜେପି ଶସ୍ତା ରାଜନୀତି କରୁଛି । ମମିତା ନ୍ୟାୟ ପାଇବା ଦରକାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି । ଅନ୍ୟମାନେ ସମ୍ପୃକ୍ତ ଥିଲେ ଗିରଫ ହେବେ । ପୋଲିସ ସବୁବେଳେ ନିରପେକ୍ଷ ଭାବେ କାମ କରୁଛି । ରାଜ୍ୟରେ କୌଣସି ନାରୀ ନିର୍ଯାତନା ମାମଲା ଲୁ·ଇ ରଖାଯାଉନାହିଁ । ନାରୀ ନିର୍ଯାତନା ଅଭିଯୋଗ ଆସିଲେ ମାମଲା ରୁଜୁ କରାଯାଉଛି । ଯାହାକୁ ଦାୟିତ୍ୱ ଦିଆଯାଇଛି ସେ ପ୍ରଭାବିତ ହେବେ ନାହିଁ । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବ ସେ ଗିରଫ ହେବେ ଓ ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇଦେଲେ କ’ଣ ନ୍ୟାୟ ମିଳିଯିବ କି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ।

Comments are closed.