ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ ପ୍ରଫେସର

63

ଭୁବନେଶ୍ୱର : ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ନେଦରଲ୍ୟାଣ୍ଡ ଏଲ୍ସିଭର ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଓ ଗବେଷକ ତାଲିକାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ ଜଣ ପ୍ରଫେସର ସ୍ଥାନ ପାଇଛନ୍ତି । ସମ୍ପୃକ୍ତ ପ୍ରଫେସରମାନଙ୍କ ଗବେଷଣାର ପ୍ରଭାବକୁ ମୂଲ୍ୟାୟନ କରାଯାଇ ଏହି ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଏହି ତାଲିକାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବର୍ତ୍ତମାନର କିସ୍ ବିଶ୍ୱବିଦ୍ୟାଳୟର କୁଳପତି ନୃତତ୍ତ୍ୱ ବିଭାଗ ପ୍ରଫେସର ଦୀପକ କୁମାର ବେହେରା, ପ୍ରଫେସର ଡ. ଅଜୟ କୁମାର ବେହେରା, ଡ.ବେନାର୍ଜୀ ବେହେରା, ଡ.ମଳୟ ରଞ୍ଜନ ମହାନନ୍ଦ, ଡ. ପ୍ରିୟବ୍ରତ ଗୋଛାୟତ, ଡ. ସ୍ମରଣୀକା ପଟ୍ଟନାୟକ, ଏମ୍ବିଏ ପ୍ରଫେସର ଡ. ବିଶ୍ୱଜିତ ଶତପଥୀ, ଡ. ସତ୍ୟରଞ୍ଜନ ସାହୁ, ଡ. ପ୍ରଭାତ କୁମାର ସାହୁ, ଡ. ଈଶ୍ୱର ବୈଠାରୁ, ସୁଇଟ ବିଭାଗର ଡ. ପ୍ରବୀର କୁମାର ସେଠୀ,ଡ.ସଞ୍ଜୟ କୁମାର ପଟ୍ଟନାୟକ, ଡ. ଏକାମ୍ର କରିଆଲି, ଡ. ପ୍ରଶାନ୍ତ ରଏ, ଡ. ବୁଲୁ ମହାରଣା, ଡ. ମୋନାଲିସା ପଟ୍ଟନାୟକ, ଡ. ଅରୁଣ କୁମାର ତ୍ରିପାଠୀ, ଡ. ଯଶ୍ମୀର ନାୟକ, ଡ. ଦିବାକର ସାହୁ, ଡ. ସୁଧିର କୁମାର ସାହୁ, ଡ. ଦୁର୍ଗାପ୍ରସାଦ ଓଝା, ଡ.ପ୍ରଦୀପ୍ତ କୁମାର ବେହେରା, ଡ. ରାଜୀବ ପାଢ଼ୀ, ଡ. ଶ୍ରୀରୂପ ଗୋସ୍ୱାମୀ, ଡ.ଚନ୍ଦ୍ରଶେଖର ପଣ୍ଡା, ଡ. ହୀରକ ଚକ୍ରବର୍ତ୍ତୀ, ଡ.ବୀରେନ୍ଦ୍ର ବେହେରା, ଡ. ପ୍ରମିଳା କୁମାର ମିଶ୍ର, ଡ. ବିକ୍ରମ କେଶରୀ ସେନାପତି, ଡ. ପ୍ରଭାତ କୁମାର ମହାପାତ୍ର, ଡ. ବି.କେ.ମିଶ୍ର ଓ ଅମରେଶ ମିଶ୍ର । ପ୍ରଫେସରମାନେ କରିଥିବା ଗବେଷଣାର ପ୍ରଭାବକୁ ମୂଲ୍ୟାୟନ କରି ତାଲିକା ପ୍ରସ୍ତୁତ କରାଯାଇଛି । ଏକାଦିକ୍ରମେ ୩୦ ପ୍ରଫେସରଙ୍କ ସଫଳତା ସମଗ୍ର ବିଶ୍ୱବିଦ୍ୟାଳୟ ପାଇଁ ଗୌରବର ବିଷୟ ବୋଲି କୁହାଯାଉଛି ।

Comments are closed.