ବାରବାଟୀରେ ଦକ୍ଷିଣ ଆଫ୍ରିକାର ବିଜୟ

0 74

କଟକ: ହୋମ୍ ଗ୍ରାଉଣ୍ଡରେ ଘରୋଇ ଦର୍ଶକଙ୍କୁ ନିରାଶ କଲେ ଭାରତୀୟ ଖେଳାଳି । ୪ ୱିକେଟ୍‌ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । କଟକରେ ଭୁବନେଶ୍ୱର କୁମାର ଚମକି ଥିଲେ ହେଁ ବାରବାଟୀରେ ବଦଳିଲାନି ଭାରତର ଭାଗ୍ୟ । ନିରାଶ
ହେଲେ କ୍ରିକେଟ୍ ପ୍ରେମୀ । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନୈରାଶଜନକ ପ୍ରଦର୍ଶନ କରି ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପରାଜୟ ଭୋଗିଛି ଭାରତ । ହେନରି କ୍ଲାସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସହଜରେ ଭାରତକୁ ୬ ୱିକେଟରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ହରାଇ ୧୪୮ ରନ କରିଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର ୪୦, ଇଶାନ କିଷନ ୩୪ ଏବଂ ଦିନେଶ କାର୍ତ୍ତିକ ଅପରାଜିତ ୩୦ ରନର ଇନିଂସ ଖେଳିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ହେନେରି କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ବଳରେ ୧୮.୨ ଓଭରରେ ୬ ୱିକେଟ୍ ହରାଇ ସହଜ ବିଜୟ ହାସଲ କରିଛି । ଡେଭିଡ୍ ମିଲର ୨୦ ରନ କରି ଅପରାଜିତ ଥିଲେ । ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦେଲେ ବାକି ବୋଲର ଦଳକୁ ନିରାଶ କରିଛନ୍ତି ।

Leave A Reply

Your email address will not be published.