ଅଗଷ୍ଟରେ ମୁଦ୍ରାସ୍ପିତି ଛୁଇଁଲା ୭ ପ୍ରତିଶତ

0 69

ନୂଆଦିଲ୍ଲୀ : ଖୁଚୁରା ମୁଦ୍ରାସ୍ଫୀତି ପୁଣି ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ କିଛି ମାସ ଧରି ୭ ତଳକୁ ରହି ଆସିଥିଲା ଖୁଚୁରା ମୁଦ୍ରା ସ୍ଫୀତି । ଜୁଲାଇ ମାସରେ ଏହା ୬.୭୧ ପ୍ରତିଶତ ରହିଥିବା ବେଳେ ଅଗଷ୍ଟ ମାସରେ ଏହା ୭ ପ୍ରତିଶତକୁ ବୃଦ୍ଧି ପାଇଛି । ପେଟ୍ରୋଲ, ବସ୍ତ୍ର, ଖାଦ୍ୟପଦାର୍ଥ, ସ୍ୱସ୍ଥ୍ୟ ସହ ସଂପର୍କିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ଏହା ସିଧାସଳଖ ପ୍ରଭାବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରେ ରହିବା ନେଇ ଟାର୍ଗେଟ ରଖିଛି ହେଲେ ଲଗାତର ୮ ମାସ ଧରି ଏହା ୬ ପ୍ରତିଶତ ଉପରେ ରହିଲାଣି । ସେପଟେ ଖାଦ୍ୟପଦାର୍ଥ ସଂପର୍କିତ ମୁଦ୍ରାସ୍ଫୀତି ଲଗାତର ଭାବେ ବଢ଼ି ବଢ଼ି ଚାଲିଛି । ଜୁଲାଇ ମାସରେ ୬.୬୯ ପ୍ରତିଶତ ଥିବା ବେଳେ ଅଗଷ୍ଟ ମାସରେ ଏହା ୭ ଦଶମିକ ୬୨ ପ୍ରତିଶତକୁ ବଢ଼ିଛି । ଖାଦ୍ୟ ପଦାର୍ଥର ଦରବୃଦ୍ଧି ଜାରି ରହିଥିବାରୁ ଏହାର ପ୍ରଭାବ ମୁଦ୍ରାସ୍ଫୀତିକୁ ସିଧାସଳଖ ପ୍ରଭାବିତ କରିଛି । ଗତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫. ୩୦ ପ୍ରତିଶତ ରହିଥିଲା । ଏହା ପରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିଲା । । ଏପ୍ରିଲ ୨୦୨୨ରେ ଖୁଚୁରା ମୁଦ୍ରାସ୍ଫିତୀ ସର୍ବାଧିକ ୮ ଦଶମିକ ୩୮ ପ୍ରତିଶତ ରହିଥିଲା । ଯାହାକି ସର୍ବକାଳୀନ ରେକର୍ଡ । ଜୁଲାଇ ମାସରେ ଏହା ୭ ପ୍ରତିଶତ ତଳକୁ ଖସିଥିଲେ ମଧ୍ୟ ପୁଣି ଅଗଷ୍ଟ ମାସରେ ଏହା ୭କୁ ଛୁଇଁବା ଅର୍ଥନୈତିକ ପରିଚାଳନା ଉପରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.