୩୩ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ନୌସେନା ଆରମ୍ଭ କଲା ଟ୍ରେନିଂ

0 62

ଶ୍ରୀନଗର : ଭାରତୀୟ ନୌସେନା ଜମ୍ମୁ-କଶ୍ମୀରରେ ପ୍ରାୟ ୩୩ ବର୍ଷ ପରେ ଏନ୍‌ଏସିସି କ୍ୟାଡେଟ୍‌ଙ୍କ ନାଭାଲ ଟ୍ରେନିଂ ପୁଣିଥରେ ଆରମ୍ଭ କରିଛି । ଘାଟିରେ ପ୍ରତିଦିନ ସୁଧୁରୁଥିବା ସ୍ଥିତିକୁ ଦେଖି ଏହା ଆରମ୍ଭ କରାଯାଇଛି । ଏହି କ୍ୟାମ୍ପରେ ବିଭିତ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦୦ ଜଣ ସିନିୟର ଏନ୍‌ସିସି କ୍ୟାଡେଟସ୍‌ ଯୋଗ ଦେଇଛନ୍ତି । ଏହା ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ୨ ଅକ୍ଟୋବରରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ହେବାକୁ ଥିବା ଜାତୀୟ ସ୍ତରର ଏନ୍‌ସିସି କ୍ୟାମ୍ପ ପାଇଁ କ୍ୟାଡେଟସଙ୍କୁ ପ୍ରସ୍ତୁତ କରାଯିବ । ଭାରତୀୟ ନୌସେନା ସେଣ୍ଟ୍ରାଲ କାଶ୍ମୀର ଗାଦେରବଲ ଜିଲ୍ଲାରେ ନ୍ୟାସନାଲ କ୍ୟାଡେଟ୍‌ କୋରର ୧୦୦ ରୁ ଅଧିକ କ୍ୟାଡେଟସ୍‌ଙ୍କ ଟ୍ରେନିଂ ଆରମ୍ଭ ହୋଇଥିଲା । ଏଥିପାଇଁ ଗାଦେରଓ୍ୱାଲର ମାନସବଲ ହ୍ରଦରେ ନାଭାଲ ଟ୍ରେନିଂ କ୍ୟାମ୍ପର ଆୟୋଜନ କରାଯାଉଛି । ଏହି କ୍ୟାଡେଟସ୍‌ କେନ୍ଦ୍ର ଶାସିତ ରାଜ୍ୟର ସବୁ ଜିଲ୍ଲାରୁ ଚୟନ ହାଇ ଆସିଛନ୍ତି ଓ ଏଥିରେ ପୁଅ-ଝିଅ ମଧ୍ୟ ରହିଛନ୍ତି । ଏନ୍‌ସିସି କ୍ୟାଡେଟ୍‌ସ ଗ୍ରୁପ୍‌ କମାଣ୍ଡର ବ୍ରିଗେଡିୟର କେଏସ୍‌ କାଲସିଙ୍କ କହିବା ଅନୁସାରେ, ପ୍ରାୟ ୩୩ ବର୍ଷ ପରେ ଏହା ସ୍ମରଣୀୟ ମୂହୁର୍ତ୍ତ ରହିଛି । ସୁରକ୍ଷା କାରଣରୁ କ୍ୟାଡେଟଙ୍କୁ ଜମ୍ମୁ ରିଜନର ନଗରୌଟା ଓ ମନସାରା ହ୍ରଦରେ ଟ୍ରେନିଂ ଦିଆଯାଉଥିଲା, କିନ୍ତୁ ଏଠାକୁ ଆସିବା କାଶ୍ମୀର ଘାଟିର ସୁଦୁର ଅଞ୍ଚଳର କ୍ୟାଣ୍ଡିଡେଟସ୍‌ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଏହି କ୍ୟାମ୍ପରେ ସାମିଲ ଲଦାଖ ଓ ଜମ୍ମୁକଶ୍ମୀରର କ୍ୟାଡେଟସ୍‌ଙ୍କୁ ବୋଟ ପୁଲିଂ, ସେଲିଂ, ଶିପ୍‌ ମଡେଲିଂ ଓ ସିଗ୍ନାଲିଂର ଟ୍ରେନିଂ ଦିଆଯିବ, ଯାହାଫଳରେ ନ୍ୟାସନାଲ ଲେବଲ କ୍ୟାମ୍ପ ପାଇଁ ପ୍ରସ୍ତୁତ ହେବେ ।

Leave A Reply

Your email address will not be published.