ବଢ଼ୁଛି ଅର୍ଚ୍ଚନାଙ୍କ ଅଡୁଆ : ଜାମିନ ନାମଞ୍ଜୁର ଇଡ଼ି ସ୍କାନରରେ ଖଗେଶ୍ୱରଙ୍କ ସହଯୋଗୀ

0 73

ଭୁବନେଶ୍ୱର,୩୦ା୧୧(ଡିକେ ନ୍ୟୁଜ): ଦିନ ଗଡୁଛି, ବଢ଼ୁଛି ଅର୍ଚ୍ଚନାଙ୍କ ଅଡ଼ୁଆ । ଫିଲ୍ମ ପ୍ରୟୋଜକ ଅକ୍ଷୟ ପରିଜା ବ୍ଲାକ୍‌ମେଲିଂ ମାମଲାରେ ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ କରିଛନ୍ତି ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩କୋର୍ଟ । ଅର୍ଚ୍ଚନା ବ୍ଲାକ୍‌ମେଲିଂ କରି ଅକ୍ଷୟଙ୍କୁ ୩ କୋଟି ଟଙ୍କା ମାଗୁଥିବା ନେଇ ନୂଆପଲ୍ଲୀ ଥାନାରେ ଏତ୍‌ଲା ଦେଇଥିଲେ । ଏହି ମାମଲାରେ ଅକ୍ଷୟ ପରିଜାଙ୍କୁ ଦୁଇ ଦୁଇଥର ପଚରା ଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ଓ ଏକ୍ସଟର୍ସନ୍‌ ରହସ୍ୟ ଭେଦିବାକୁ ଇଡ଼ି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଉଭୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ କୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି । ଜୋର ଯେତିକି ବଢ଼ୁଛି ସେତିକି ସାମ୍ନାକୁ ଆସୁଛି ଅନେକଙ୍କ ସଂପୃକ୍ତି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଖଗେଶ୍ୱର ପାତ୍ରଙ୍କ ସହଯୋଗୀ ଅଭିନାଶ ପ୍ରିୟଦର୍ଶୀ । ସେହିପରି ଖଗେଶ୍ୱରଙ୍କ ଆଉ ଜଣେ ସହଯୋଗୀ ବି ହାଜର ହୋଇଥିଲେ । ସେମାନଙ୍କୁ ନୋଟିସ୍‌ କରିଥିଲା ଇଡ଼ି । ଉଭୟଙ୍କ ସହ ଟଙ୍କା ନେଣଦେଣ ନେଇ ଇଡ଼ି ତଥ୍ୟ ହାସଲ କରିଛି । ଖଗେଶ୍ୱରଙ୍କ ପୁରୁଣା କାର ସୋରୁମ୍‌ରେ ରହି କାରବାର ବୁଝୁଥିଲେ ଅଭିନାଶ । ଅର୍ଚ୍ଚନା-ଜଗବନ୍ଧୁ ଓ ଖଗେଶ୍ୱରଙ୍କ କଳା କାରନାମାକୁ ନେଇ ଅଭିନାଷକୁ ପଚରା ଉଚରା କରିଛି ଇଡ଼ି । କେବେଠୁ ଖଗେଶ୍ୱରଙ୍କ ସହ ଅଭିନାଶଙ୍କ ପରିଚୟ ସୃଷ୍ଟି ହୋଇଛି, ଏବଂ କେବେଠୁ ଅର୍ଚ୍ଚନାଙ୍କୁ ଜାଣିଛନ୍ତି, କେମିତି ହେଉଥିଲା ପୁରୁଣା କାର କାରବାର । ଏ ସଂପର୍କରେ ଗୁଡେ଼ଇତୁଡେ଼ଇ ପଚାରିଛି ଇଡ଼ି । ଅଭିନାଶଙ୍କ ପାଖରୁ ଖଗେଶ୍ୱର ଓ ଅର୍ଚ୍ଚନାଙ୍କୁ କଳା ସାମ୍ରାଜ୍ୟର ଗୁମର ହାସଲ କରିବ ତଦନ୍ତକାରୀ ଟିମ୍‌ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡ଼ି । ବଡ଼ବଡ଼ ପ୍ରଭାବଶାଳୀଙ୍କ ନାଁ ଉଠିବା ପରେ ସେମାନଙ୍କୁ ଜେରା କରିବାକୁ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବଡ଼ ପ୍ରସ୍ତୁତି କରିଛି ଭୁବନେଶ୍ୱର ତଦନ୍ତକାରୀ ଟିମ୍‌ । ଗତକାଲି ସିନେ ପ୍ରୟୋଜକ ପ୍ରମୋଦ ସ୍ୱାଇଁଙ୍କୁ ମାରଥନ ଜେରା କରିଥିଲା ଇଡ଼ି । ୨୦୧୭ରେ ପ୍ରମୋଦ ଓ ଅର୍ଚ୍ଚନା ପରସ୍ପର ବିରୋଧରେ ଖଣ୍ଡଗିରି ଥାନାରେ ଏତ୍‌ଲା ଦେଇଥିଲା ବେଳେ ପରେ କିନ୍ତୁ ଉଭୟଙ୍କ ମଧ୍ୟରେ ସଲାସୁତରା ହୋଇଥିଲା । ପ୍ରମୋଦଙ୍କ ଘରେ ଅର୍ଚ୍ଚନା ଭଡ଼ାରେ ରହିବା ବେଳେ ହିଁ ନିଜ କଳା ସାମ୍ରାଜ୍ୟ ବଢ଼ାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.