ଭୁବନେଶ୍ୱର, ୧୪ା୨(ଡିକେ ନ୍ୟୁଜ): ଏସ୍ଏଚ୍ଜି ହେବ ଏସ୍ଏମ୍ଇ । ଆଗାମୀ ୩ବର୍ଷରେ ୫୦ହଜାର ଏସ୍ଏଚ୍ଜିକୁ ଏସ୍ଏମ୍ଇରେ ପରିଣତ କରାଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା ଆର.କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ସମ୍ମିଳନୀରେ ଆସନ୍ତା ଦୁଇ ତିନି ବର୍ଷରେ ମିଶନ ଶକ୍ତିର ଭିଜନ ନେଇ ଆଲୋଚନା ହୋଇଛି । ଏବେସୁଦ୍ଧା ୭୦ଲକ୍ଷ ମହିଳାଙ୍କ ଦ୍ୱାରା ୬ଲକ୍ଷ ଗ୍ରୁପ୍ ହୋଇସାରିଛି । ଆସନ୍ତା ୩ବର୍ଷ ଭିତରେ ପ୍ରତି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶିଳ୍ପ ପାର୍କ ହେବ । ଚଳିତ ଆର୍ଥିକ ବର୍ଷରେ ଗୋଟିଏ ଦୁଇଟି ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପାଇଁ ଜମି ଚିହ୍ନଟ କରାଯିବ । ରାଜ୍ୟସ୍ତରରେ ମହିଳାଙ୍କୁ ନେଇ ଇଣ୍ଡଷ୍ଟ୍ରିଆଲ୍ ପାକ କରିଥିବା ଟେକ୍ନିକାଲ ପାର୍ଟନରଙ୍କୁ ଏଥିରେ ନିୟୋଜିତ କରାଯିବ । ଫ୍ଲାଏ ଆସ ଇଟା ପ୍ରସ୍ତୁତ କରୁଥିବା କୋରାପୁଟ ବୋରିଗୁମ୍ମାର ଏସଏଚଜିକୁ ପ୍ରଶଂସା କରିଛନ୍ତି ମିଶନ ଶକ୍ତି ସଚିବ । ଗ୍ରୁପର ଟର୍ଣ୍ଣ ଓଭର ୫କୋଟିରୁ ଅଧିକ ହୋଇଛି । ସେଠାରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ହୋଇସାରିଛି । ସବୁ ଫାଇଭ୍-ଟି ସ୍କୁଲର ତଦାରଖ, ରକ୍ଷଣାବେକ୍ଷଣ ଦାୟିତ୍ୱ ଏସ୍ଏଚ୍ଜିକୁ ହସ୍ତାନ୍ତର କରାଯାଉଛି । ଜଙ୍ଗଲ ବିଭାଗରେ ଏସ୍ଏଚ୍ଜିର ସହଭାଗିତାକୁ ଫୋକସ୍ କରାଯାଉଛି । ବିଶେଷ କରି କୋରାପୁଟ, କେନ୍ଦ୍ରାପଡ଼ାରେ ବହୁତ ଭଲ କାମ ହୋଇଛି । ୭୦ ଲକ୍ଷ ମହିଳା କେମିତି ପରିଚୟ ପାଇବେ ସେନେଇ ଗୁରୁତ୍ୱ ଦିଆଯାଉଥିବା ମିଶନ ଶକ୍ତି ସଚିବ କହିଛନ୍ତି ।