ପଶ୍ଚିମା ଝଡ଼: ୫ଦିନ ଯାଏ ପ୍ରବଳ ବର୍ଷା

0 88

ଭୁବନେଶ୍ୱର : ପାଖାପାଖି ୪ମାସ ପରେ ଆସୁଛି ବଡ ବର୍ଷା । ରାଜ୍ୟରେ ବଦଳିଛି ପାଗ । କାଲିଠ ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ଆସନ୍ତାକାଲି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କନ୍ଧମାଳ, କଳହାଣ୍ଡି, ରାୟଗଡା

ନବରଙ୍ଗପୁରରେ ଝଡ ପବନ ସହ ପ୍ରବଳ ବର୍ଷା ହେବ । ଅନ୍ୟପଟେ ୧୬ ଏବଂ ୧୭ରେ ପୁରା ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ ତାରିଖରେ ୯ ଏବଂ ୧୭ ତାରିଖରେ ୧୩ ଜିଲ୍ଲାରେ ଘଡ଼ଘଡ ବିଜୁଳି ସହିତ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।

ଏବେ ବାୟୁମଣ୍ଡଳର ଉପରି ଭାଗରେ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଥିବା ବେଳେ ତଳ ଭାଗରେ ସାମୁଦ୍ରିକ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିଛି । ଦୁଇ ପ୍ରକାର ନିୟାମକ ପାଇଁ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଏଭଳି ପାଗ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୨୩ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ପୁଣି ଉପରମୁହାଁ ହେବ ପାରଦ । ଅଧିକାଂଶ ସ୍ଥାନରେ କାଳବେଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି ।

ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବର୍ଷା ପାଇଁ ଆସିଛି ଖୁସି ଖବର । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାରୁ ବର୍ଷାରେ ବନାଗ୍ନି ଲିଭିବାର ଆଶା ରହିଛି ।

Leave A Reply

Your email address will not be published.