ଭାରତୀୟ ନୌସେନା ହେଲା ସଶକ୍ତ, ସାମିଲ ହେବ ସ୍ୱଦେଶୀ ସବମେରାଇନ୍ ଆଇଏନ୍ଏସ୍ କରଞ୍ଜ

0 77

ନୂଆଦିଲ୍ଲୀ: ଭାରତରେ ର୍ନିମିତ କଲଭାରୀ ଶ୍ରେଣୀର ତୃତୀୟ ବୁଡ଼ାଜାହାଜ ଆଇଏନ୍ଏସ୍ କରଞ୍ଜ ୪ରୁ୫ ମାସ ମଧ୍ୟରେ ନୌସେନାରେ ଯୋଗଦେବେ ବୋଲି ଆଶା କରାଯାଉଛି । କରଞ୍ଜଙ୍କୁ ୨୦୧୮ ରେ ସମୁଦ୍ର ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ଏହାର ପରୀକ୍ଷା ସଫଳ ହୋଇଛି । ସେହିପରି ଚତୁର୍ଥ ବୁଡ଼ାଜାହାଜ ଆଇଏନ୍ଏସ୍ ଭେଲା ମଧ୍ୟ ଆସନ୍ତା ବର୍ଷ ଶେଷ ସୁଦ୍ଧା ନୌସେନାରେ ସାମିଲ ହେବ । କଲଭାରୀ ଶ୍ରେଣୀର ପ୍ରଥମ ଦୁଇଟି ବୁଡ଼ାଜାହାଜ କଲଭାରୀ ଏବଂ ଖଣ୍ଡେରୀ ନୌସେନାରେ ଯୋଗ ଦେଇସାରିଛନ୍ତି । ମୁମ୍ବାଇର ମଜଗାଓଁ ଡକ୍ ଲିମିଟେଡ୍ ଠାରେ କଲଭାରୀ ଶ୍ରେଣୀର ମୋଟ ୬ଟି ବୁଡ଼ାଜାହାଜ ପ୍ରସ୍ତୁତ କରାଯାଉଛି । ଏହି ବୁଡ଼ାଜାହାଜଗୁଡ଼ିକ ସମୁଦ୍ରରେ ୫୦ ଦିନ ରହିପାରିବେ ଏବଂ ଏକ ସମୟରେ ୧୨୦୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ଏଥିରେ ୮ ଜଣ ଅଧିକାରୀ ଏବଂ ୩୫ ଜଣ ନୌସନା କର୍ମ·ରୀ ଅଛନ୍ତି ଏବଂ ସମୁଦ୍ର ତଳେ ୩୫୦ ମିଟର ପର୍ଯ୍ୟନ୍ତ ବୁଡ଼ିପାରିବ ।

Leave A Reply

Your email address will not be published.