ଏମଡିଏଚର ମାଲିକ ଧର୍ମପାଲ୍ ଗୁଲାଟିଙ୍କ ପରଲୋକ

0 79

ନୂଆଦିଲ୍ଲୀ: ଦେଶର ଜଣାଶୁଣା ମସଲା କମ୍ପାନୀ ମହାଶିୟା ଦି ହଟ୍ଟି (ଏମ୍ଡିଏଚ୍)ର ମାଲିକ ମହାଶୟ ଧର୍ମପାଲ୍ ଗୁଲାଟିଙ୍କର ପରଲୋକ ହୋଇଛି । ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନାରୁ ସୁସ୍ଥ ହେବା ପରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ । ଗୁଲାଟିଙ୍କର ଜନ୍ମ ମାର୍ଚ୍ଚ ୨୭, ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ହୋଇଥିଲା । ୧୯୪୭ରେ ବିଭାଜନ ପରେ ସେ ଭାରତ ଚାଲିଆସିଥିଲେ ଏବଂ ଅମୃତସରରେ ରିଫ୍ୟୁଜି କ୍ୟାମ୍ପରେ ରହିଥିଲେ । ସେତେବେଳେ ତାଙ୍କ ପାଖରେ ମାତ୍ର ୧୫୦୦ ଟଙ୍କା ଥିଲା । ଏହା ପରେ ସେ ମସଲା ଦୋକାନ ଖୋଲିବା ପାଇଁ ଦିଲ୍ଲୀ କରୋଲ୍ ବାଗ ଚାଲିଆସିଥିଲେ । ଏହା ପରେ ତାଙ୍କର ଦୋକାନ ଖୋଲିବା ସ୍ୱପ୍ନ ସାକାର ହୋଇଥିଲା । ଧୀରେ ଧୀରେ ତାଙ୍କର ବେପାର ବଢ଼ିବାରେ ଲାଗିଥିଲା । ବର୍ତ୍ତମାନ ଭାରତ ଓ ଦୁବାଇରେ ତାଙ୍କର ୧୮ଟି ମସଲା କମ୍ପାନୀ ରହିଛି । ଏହି ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ମସଲା ସାରା ଦୁନିଆରେ ପହଞ୍ଚୁଛି ।

Leave A Reply

Your email address will not be published.