ଅନ୍ଲାଇନ୍ ବିକ୍ରି ପାଇଁ ଅନୁମତି ପରେ ବେଆଇନ ମଦ କାରବାର

0 91

ଢେଙ୍କାନାଳ : ରାଜ୍ୟରେ ଅନଲାଇନ୍ ମଦ ବିକ୍ରିପାଇଁ ରାଜ୍ୟ ସରକାର ଅନୁମତି ଦେବା ପରେ ସୋମବାର ଠାରୁ ମଦ ବିକ୍ରିପାଇଁ ମଦ ବ୍ୟବସାୟୀମାନେ ତତ୍ପର ହୋଇ ଉଠିଛନ୍ତି । ସୋମବାର ପୂର୍ବାହ୍ନରେ ଅନଲାଇନ୍ ବିକ୍ରି ପାଇଁ ବୁକିଂ ଆରମ୍ଭ ହୋଇଥିଲା । ହେଲେ କିଛି ନ୍ୟସ୍ତସ୍ୱାର୍ଥ ମଦ ବ୍ୟବସାୟୀ ଅନଲାଇନ୍ରେ ବୁକିଂ ପ୍ରକ୍ରିୟା ଚାଲୁ ରଖିବା ସହ ଅଫଲାଇନରେ ମଦ ବିକ୍ରି କରିଥିଲେ । ଫଳରେ ଦୋକାନ ଆଗରେ ଅସମ୍ଭବ ଭିଡ ଲାଗିରହିଥିଲା । ଲୋକେ ସାମାଜିକ ଦୂରତାକୁ ଭୁଲି ମଦ ନେବାକୁ ଠେଲାପେଲା ଘଟଣା ମଧ୍ୟ ହୋଇଥିଲା । ତେବେ ବେଆଇନ ଭାବେ ଅଫଲାଇନରେ ମଦ ବିକ୍ରିହେଉଥିବା ଜାଣିବା ପରେ ପୋଲିସ୍ ପହଁଚି ଦୋକାନୀକୁ ତାଗିଦ୍ କରିବା ସହ ଦୋକାନକୁ ବନ୍ଦ କରାଇଥିଲା । ବିଶେଷ କରି ମହାବୀର ଅଂଚଳ,ବସଷ୍ଟାଣ୍ଡ, କଂଟେଇକୋଳିଆ,ପାଂଚକାହାଣିଆ ଆଦି ସ୍ଥାନ ସହିତ ଗ୍ରାମାଂଚଳରେ ମଧ୍ୟ ଏହି ବେଆଇନ ମଦ କାରବାର ହୋଇଥିବାର ଜଣାଯାଇଛି । ତେବେ ଅବକାରୀ ବିଭାଗ ଅଫଲାଇନରେ ମଦ ବିକ୍ରି କରୁଥିବା ମଦ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲେ ମଧ୍ୟ ଅଫଲାଇନରେ ମଦ କାରବାର ହେଉଥିବା ଜାଣିମଧ୍ୟ ଘଟଣା ସ୍ଥଳରେ ନ ପହଁଚିବା ଏହା ମଦ ଦୋକାନୀଙ୍କ ପାଇଁ ଅମର ବର ସଦୃଶ ହୋଇଥିିଲା । କେବଳ ଦୋକାନ ନିକଟରେ ବୁକିଂ କରିବାର ଅନୁମତି ଥିଲା ବେଳେ ଅଫଲାଇନରେ ମଦ ବିକିବାର କୌଣସି ଅନୁମତି ନାହିଁ ବୋଲି ଅବକାରୀ ବିଭାଗ ସଫେଇ ଦେଇ ଘଟଣାକୁ ଏଡାଇ ଦେଇଛନ୍ତି । ଉଲ୍ଲେଖ ଥାଇକି ରାଜ୍ୟରେ ଅନଲାଇନରେ ମଦ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ପରେ ମଦ ଦୋକାନୀ ଅନଲାଇନରେ ବୁକିଂ ହୋଇଥିବା ମଦକୁ ହୋମ ଡେଲିଭରୀ ଦେଇପାରିବେ ବୋଲି ସ୍ପଷ୍ଟ ଉଲ୍ଲେଖ କରିଥିଲେ । ହେଲେ ଦୋକାନୀମାନେ ଅଫଲାଇନରେ ମଦ ବିକ୍ରି ପାଇଁ ଅଡିବସିବା ସହ ରବିବାର ମଦ ବିକ୍ରିରୁ ନିବୃୃତ ରହିଥିଲେ । ହେଲେ ସରକାରଙ୍କ ହୋମ୍ ଡେଲିଭରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ମଦ ବ୍ୟବସାୟୀ ସମ୍ମତି ଜଣାଇ ଜଣାଇଥିଲେ ହେଲେ ଆଜି କେତେକ ଦୋକାନୀ ସରକାରଙ୍କ ନିର୍ଦ୍ଦେଶନାମାକୁ ଅମାନ୍ୟକରି ଅଫଲାଇନରେ ମଦ ବିକିବାର ଘଟଣାକୁ ନେଇ ବୁଦ୍ଧିଜୀବି ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Leave A Reply

Your email address will not be published.