‘ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଉ’

0 85

ନୂଆଦିଲ୍ଲୀ : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ଚିକିତ୍ସା ପାଇଁ ପୃଥକ ହସ୍ପିଟାଲ୍‌ର ବ୍ୟବସ୍ଥା କରିବା ପାଇଁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପ୍ରକାଶଥାଉକି ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ସରକାରୀ ଅଧିକାରୀ ତଥା କର୍ମଚାରୀଙ୍କ କରୋନା ଚିକିତ୍ସା ପାଇଁ ଦିଲ୍ଲୀ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ଉକ୍ତ ଫେଡେରେସନ୍ ମଧ୍ୟ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଉ ବୋଲି ଦାବି ରଖିଛନ୍ତି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଜାରି ହେଲ୍‌ଥ ବୁଲେଟିନ ମୁତାବକ ଶୁକ୍ରବାର ଅର୍ଥାତ ମଇ ୮ ତାରିଖ ରାତି ସୁଦ୍ଧା ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮ ଥିଲା । କିନ୍ତୁ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଚାଳିତ ରାମ ମନୋହର ଲୋହିଆ, ଲେଡି ହାର୍ଡିଂ ମେଡିକାଲ କଲେଜ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ରିପୋର୍ଟ ମୁତାବକ ଏଠାରେ କରୋନା ମୃତ୍ୟୁସଂଖ୍ୟା ୩୯ ବୋଲି ଦର୍ଶାଯାଇଥିଲା । ତେଣୁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ହେଲଥ୍ ବୁଲେଟିନ୍‌ରେ ପୃଥକ ସଂଖ୍ୟା ଆସୁଥିବାରୁ ସ୍ପଷ୍ଟ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଯାଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.