କୋହଭରା କରୋନା

0 88

ଚେନ୍ନାଇ: କରୋନା ମହାମାରୀର ସଂକଟ ସମୟରେ ତାମିଲନାଡୁୁ ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ । ୧୦ ବର୍ଷର ଜଣେ ଶିଶୁ ତା’ର ପିତାଙ୍କ ଶବ ନିକଟରେ ବସି କାନ୍ଦୁଛି । ଅପେକ୍ଷା କରିଛି କରୋନାରେ ଚିକିତ୍ସାଧୀନ ଥିବା ତାର ମା’ ଓ ଜେଜେମାଙ୍କୁ । ଏହି ଘଟଣା ତାମିଲନାଡୁର ବିଲ୍ଲୁପୁରମ୍ ଅଞ୍ଚଳର । ୫ମ ଶ୍ରେଣୀରେ ପଢ଼ୁଥିବା ଜୀବାଙ୍କ ଏହି କୋହଭରା ଦୃଶ୍ୟକୁ ଯେ କେହିବି ଦେଖିବ ନିଶ୍ଚିତ ଭାବେ ତା’ ଆଖି ଛଳଛଳ ହୋଇଯିବ । ପ୍ରକାଶଥାଉକି ଜୀବାଙ୍କ ପିତା ୩୫ ବର୍ଷୀୟ ଆୟନାର କୌଣସି ଶାରୀରିକ ଅସୁସ୍ଥତା କାରଣରୁ ଚେନ୍ନାଇସ୍ଥିତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ କିଛିମାସ ହେବ ତାଙ୍କ ପିତା ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିବାରୁ ତାଙ୍କ ଦେଖାଶୁଣା କରିବା ପାଇଁ ପତ୍ନୀ ଧନମ ଓ ମା’ ମୁନିମ୍ମଲ ତାଙ୍କ ନିକଟରେ ଥିଲେ । କିନ୍ତୁ କରୋନା ସଂକଟକୁ ଦେଖି କିଛିଦିନ ପୂର୍ବରୁ ସେମାନଙ୍କୁ ହସ୍ପିଟାଲରୁ ଘରକୁ ଆସିବାକୁ ପଡ଼ିଥିଲା । ହସ୍ପିଟାଲରୁ ଆସିବାର କିଛିଦିନ ପରେ ଧନମ ଓ ମୁନିମ୍ମଲ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଇତିମଧ୍ୟରେ ଘରେ ଶଯ୍ୟାଶାୟୀ ଥିବା ଜୀବାଙ୍କ ପିତା ମଇ ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ବିଚରା ୫ ବର୍ଷୀୟ ଜୀବା ପିତାଙ୍କ ଶବ ନିକଟରେ ବସି କାନ୍ଦିବା ଛଡ଼ା ଅନ୍ୟ ଉପାୟ କିଛି ନାହିଁ । ଅପେକ୍ଷା କରିଛି ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କ ମା’ ଓ ଜେଜେମାଙ୍କ ରାସ୍ତାକୁ ।

Leave A Reply

Your email address will not be published.