ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ଶିଖର ଛୁଇଁବ

0 91

ନୂଆଦିଲ୍ଲୀ : ଭାରତରେ ଲକ୍‌ଡାଉନ୍ ନିୟମାବଳୀ କୋହଳ ହେବା ସହ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ ହେବା ପରଠାରୁ କରୋନା ସଂକ୍ରମଣ ମାମଲା ବଢ଼ିଚାଲିଛି । ଗତ କିଛି ଦିନ ଧରି ୨୪ ଘଣ୍ଟା ମଧ୍ୟରେ ଦେଶର ସଂକ୍ରମଣ ମାମଲା ତିନି ଗୁଣା ହେଉଛି । ମାର୍ଚ୍ଚ ୨୪ ମଧ୍ୟରାତ୍ରିରେ ଯେତେବେଳେ ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ ହେଲା ସେତେବେଳେ ଦେଶରେ ମାତ୍ର ୫୨୫ ମାମଲା ଥିଲା । କିନ୍ତୁ ମେ\’ ୪ତାରିଖ ତଥା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ ହେବା ଠାରୁ ଏଯାବତ୍ ଦେଶରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ମାତ୍ର ୪ ଦିନ ମଧ୍ୟରେ ଦେଶରେ ସଂକ୍ରମଣ ମାମଲା ୪୦ ହଜାରରୁ ୫୦ ହଜାରରେ ପହଞ୍ଚିଛି । ଦେଶରେ ୨୦ ହଜାର ମାମଲା ହେବା ପାଇଁ ୯୦ ଦିନ ଲାଗିଥିବା ବେଳେ ମାତ୍ର ୯୬ ଘଣ୍ଟାରେ ୧୦ ହଜାର ମାମଲା ଚିହ୍ନଟ ହୋଇଛି । ତଥ୍ୟ ଅନୁଯାୟୀ ଭାରତ ଏବେ ବିଶ୍ୱରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ରହିଛି । କରୋନା ଯୋଗୁଁ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଆମେରିକା ପଛକୁ ସ୍ପେନ୍‌, ଇଟାଲି, ବ୍ରିଟେନ୍‌, ରୁଷ୍‌, ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ୍ , ତୁର୍କୀ, ଇରାନ୍‌, ଚୀନ୍ ଏବଂ କାନାଡ଼ାରେ ପଛକୁ ଭାରତ ରହିଛି । ତେବେ ବିଶ୍ୱରେ ୧୪ତମ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି । ଆଉ ଅଳ୍ପ କିଛି ଦିନ ମଧ୍ୟରେ ଭାରତ ଚୀନ୍‌କୁ ଟପିଯିବ । ମହାରାଷ୍ଟ୍ର, ଗୁଜରାଟ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଏବେ ଭାରତ ପାଇଁ ବଡ଼ ଚିନ୍ତାଜନକ ହୋଇଛି । ତେବେ ଲକ୍‌ଡାଉନ୍ କୋହଳ ହେବା ପରେ ଦେଶରେ ସଂକ୍ରମଣ ମାମଲା ବଢ଼ିଥିବାରୁ ଏବେ ଏ ନେଇ ପ୍ରଶ୍ନ ଉଠିଛି । ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ଶିଖର ଛୁଇଁବ ବୋଲି ଏମ୍ସ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କହାଯାଇଛି ।

Leave A Reply

Your email address will not be published.