ରେଳ ଓ ବସ୍ ସେବା ଚାଲୁ ହେବା ପରେ ବି ଶ୍ରମିକମାନେ କାହିଁକି ଚାଲି ଚାଲି ଘରକୁ ଯାଉଛନ୍ତି : କେନ୍ଦ୍ର ଗୃହ ସଚିବ

0 91

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକଟ ମଧ୍ୟରେ ନିଜ ରାଜ୍ୟକୁ ଫେରିବା ପାଇଁ ପ୍ରବାସୀ ଶ୍ରମିକମାନେ ଘରକୁ ବାହୁଡ଼ିବାରେ ଲାଗିଛନ୍ତି । ତେବେ ରେଳ ଓ ବସ୍ ସେବା ଚାଲୁ ହେବା ପରେ ବି କିଛି ଶ୍ରମିକ ପାଦରେ ଚାଲି ଚାଲି ଆସୁଥିବା ଦେଖାଯାଉଛି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏହି ମାମଲାରେ ସମସ୍ତ ରାଜ୍ୟର ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଯେତେବେଳେ ଶ୍ରମିକଙ୍କ ପାଇଁ ଟ୍ରେନ୍ ଓ ବସ୍ ସୁବିଧା କରାଯାଇଛି ସେପରିସ୍ଥଳେ ସେମାନେ କ’ଣ ପାଇଁ ଚାଲି ଚାଲି ଯାଉଛନ୍ତି? ଏପରିସ୍ଥଳେ ସେମାନଙ୍କୁ ବୁଝାସୁଝା କରାଯାଇ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ସହାୟତା କରାଯାଉ । ସମସ୍ତ ରାଜ୍ୟ ସରକାର ଏ ଦିଗରେ ତତ୍କାଳ କାର୍ଯ୍ୟ କରନ୍ତୁ ବୋଲି ଗୃହ ସଚିବ ଚିଠିରେ ଦର୍ଶାଇଛନ୍ତି । ସେହିପରି ସେ ଚିଠିରେ ଆହୁରି ଲେଖିଛନ୍ତି କି ଯେଉଁମାନେ ସଡ଼କ ଓ ଟ୍ରେନ୍ ଟ୍ରାକ୍‌ରେ ଯାଉଛନ୍ତି ସେମାନଙ୍କୁ ବୁଝାଯାଉ ଓ ତାଙ୍କ ପାଇଁ ଖାଦ୍ୟର ସୁବିଧା ବି କରାଯାଉ । ଏକ ଅନ୍ୟ ଚିଠିରେ କେନ୍ଦ୍ର ଗୃହ ସଚିବ ପାରା ମେଡିକାଲ ଷ୍ଟାଫ୍‌, ସ୍ୱାସ୍ଥ୍ୟକର୍ମୀ, କ୍ଲିନିକ୍‌ର ସମସ୍ୟାକୁ ଉତ୍‌ଥାପନ କରିଛନ୍ତି । ସେ ଲେଖିଛନ୍ତି କି ବହୁ ଅଭିଯୋଗ ଆସୁଛି କି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଡ଼କରେ ରୋକାଯାଉଛି ଓ କ୍ଲିନିକ୍ ଖୋଲିବାକୁ ମନା କରାଯାଉଛି । ତେବେ ଏଭଳି ରିପୋର୍ଟ ଉପରେ ଧ୍ୟାନ ନଦେବା ପାଇଁ ଗୃହ ସଚିବ ଅପିଲ୍ କରିଛନ୍ତି ।

Leave A Reply

Your email address will not be published.