ପୁନମ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍ ଦାୟର

0 82

ସବୁବେଳେ ବିବାଦଘେରରେ ରହୁଥିବା ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ ପୁଣି ଏକ ନୂଆ ବିବାଦରେ । ପୁନମ୍ ପାଣ୍ଡେ ମୁମ୍ବାଇ ମରିନ୍ ଡ୍ରାଇଭ୍‌ରେ ତାଙ୍କର ଜଣେ ସାଙ୍ଗଙ୍କ ସହ ବିଏମ୍‌ଡବ୍ଲୁ କାର୍‌ରେ ଥିବାବେଳେ ତାଙ୍କୁ ଧରିନିଆଯାଇଛି । ଏହି ଦୁଇଜଣ ଲକ୍‌ଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ଓ ଦୁଇଜଣଙ୍କ ବିରୋଧରେ ଏଫ୍‌ଆଇଆର୍ ଦାୟର କରାଯାଇଛି । ରିପୋର୍ଟ ମୁତାବକ ଯେଉଁ ସମୟରେ ପୁନମ୍ ପାଣ୍ଡେଙ୍କୁ ଧରାଯାଇଥିଲା ସେତେବେଳେ ସେ ତାଙ୍କର ଜଣେ ୪୬ ବର୍ଷୀୟ ସାଥୀ ସୋମ ଅହମ୍ମଦଙ୍କ ସହ କାର୍‌ରେ ଥିଲେ । ସିନିୟର ପୋଲିସ ଇନ୍ସପେକ୍ଟର ମୃତ୍ୟୁଞ୍ଜୟ ହାରିମେଠ କହିଛନ୍ତି ଯେ ପୁନମ୍ ପାଣ୍ଡେ ଓ ସୋମ ଅହମ୍ମଦଙ୍କ ବିରୋଧରେ ନ୍ୟାସନାଲ ଡିଜାଷ୍ଟର ଆକ୍ଟ ଅନ୍ତର୍ଗତ ଆଇପିସି ଧାରା ୨୬୯, ୧୮୮ ଭିତ୍ତିରେ ମକଦ୍ଦମା ଦାୟର କରାଯାଇଛି ।

Leave A Reply

Your email address will not be published.