ଲକ୍‌ଡାଉନ୍ ନହୋଇଥିଲେ ଦେଶର ୧୭ କୋଟି ଲୋକ କରୋନା ସଂକ୍ରମିତ ହୋଇଥାନ୍ତେ

0 88

ନୂଆଦିଲ୍ଲୀ: ମହାମାରୀ କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ଖେଳାଇଛି । ପ୍ରତ୍ୟେକ ଦିନ ବହୁ ଲୋକ ଏଥିରେ ସଂକ୍ରମିତ ଓ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଦେଶରେ ସଂକ୍ରମଣର ମାତ୍ରା ଦ୍ରୁତ ଗତିରେ ବଢ଼ି ଚାଲିଛି । ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ଲକ୍‌ଡାଉନ୍ ଏହାକୁ ଅନେକ ମାତ୍ରାକୁ ନିୟନ୍ତ୍ରଣ କରିହୋଇଛି । ମେ\’ ୧୭ ତାରିଖ ପର୍ଯ୍ୟନ୍ତ ଯଦି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସଠିକ୍ ଭାବେ କାର୍ଯ୍ୟକାରୀ ହୁଏ ତେବେ ଅକ୍ଟୋବର ବେଳକୁ ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଲକ୍‌ଡାଉନ୍ ନଥାନ୍ତା ତେବେ ଅକ୍ଟୋବର ବେଳକୁ ଦେଶରେ ୧୭ କୋଟି ଲୋକ କରୋନା ସଂକ୍ରମିତ ହୋଇଥାନ୍ତେ । ମୁମ୍ବାଇର ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ପପୁଲେସନ୍ ସାଇନ୍ସେସ୍ ପକ୍ଷରୁ ହୋଇଥିବା ଅଧ୍ୟୟନରେ ଏହା କୁହାଯାଇଛି ଯେ, ଲକ୍‌ଡାଉନ୍ ପାଇଁ ଦେଶରେ ସଂକ୍ରମଣ ମାତ୍ରା ବହୁତ କମିଛି । ଆକଳନରୁ ଏହା ଜଣାପଡ଼ିଛି ଯେ, ଯଦି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସଠିକ୍ ଭାବେ କାର୍ଯ୍ୟକାରୀ ହୁଏ ଏବଂ ମେ\’ ୨୪ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଢ଼େ ତେବେ ଏହି ସମୟ ମଧ୍ୟରେ ସଂକ୍ରମଣ ବୃଦ୍ଧି ହାର ୧ (୦.୯୭୫)ରୁ କମ୍ ରହିବ । କିନ୍ତୁ ଯଦି ଲକ୍‌ଡାଉନ୍ ମେ\’ ୩୧ ପର୍ଯ୍ୟନ୍ତ ବଢ଼େ ତେବେ ସଂକ୍ରମଣ ବୃଦ୍ଧି ହାର ୦.୯୪୫ ରହିବ । ଯଦି ସଂକ୍ରମଣ ବୃଦ୍ଧିହାର ଏମିତି କମିଚାଲେ ତେବେ ଜୁଲାଇ ବେଳକୁ ଭାରତର ମୋଟ୍ ଜନସଂଖ୍ୟାର ୦.୧୪ ନିୟୁତ ତଥା ୦.୦୧ ପ୍ରତିଶତରୁ କମ୍ ଲୋକ କରୋନା ସଂକ୍ରମିତ ହେବେ । ଆକଳନରୁ ଏହା ସ୍ପଷ୍ଟ ଜଣାପଡ଼ୁଛି, ୨ଟି ଲକ୍‌ଡାଉନ୍ ଦେଶରେ ସଂକ୍ରମଣ କମାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି । ଜାନୁଆରି ଶେଷ ସୁଦ୍ଧା ଭାରତରେ ସଂକ୍ରମଣ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ ୨୦୨୦ ବେଳକୁ ଏହା ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକୁ ବ୍ୟାପିଯାଇଛି ।

Leave A Reply

Your email address will not be published.