‘ଜଞ୍ଜିର’କୁ ୪୭ ପୂରିଲା, ପ୍ରଶଂସକଙ୍କୁ ବଧାଇ ଜଣାଇଲେ ଅମିତାଭ

0 98

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ନାୟକରୁ ମହାନାୟକ ବନିବାରେ ପ୍ରକାଶ ମେହେରାଙ୍କ ଫିଲ୍ମ ‘ଜଞ୍ଜିର’ର ଭୂମିକା ଥିଲା ଅନନ୍ୟ । ‘ଜଞ୍ଜିର’ ପୂର୍ବରୁ ଅମିତାଭଙ୍କ ଫିଲ୍ମକୁ ସଫଳତା ମିଳିନଥିଲା । ସେଥିମଧ୍ୟରୁ କିଛି ଫିଲ୍ମ ଫ୍ଲପ୍ ହେଉଥିବା ବେଳେ ଆଉ କିଛି ଫିଲ୍ମ ଯଦିଓ ହିଟ୍ ହେଉଥିଲା ସେଥିରେ କିନ୍ତୁ ଅମିତାଭ ଲିଡ୍ ରୋଲ୍‌ରେ ନଥିଲେ । ‘ଜଞ୍ଜିର’ ଫିଲ୍ମରେ ଲିଡ୍ ରୋଲ୍‌ରେ ଅଭିନୟ କରି ଅମିତାଭ ବଚ୍ଚନ ରାତାରାତି ଷ୍ଟାରର ମାନ୍ୟତା ପାଇଥିଲେ । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଏଙ୍ଗ୍ରି ୟଙ୍ଗ୍ ମ୍ୟାନ୍‌ର ପରିଚୟ ଦେଇଥିଲା । ତା’ ପରେ ପରେ ଅମିତାଭ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । ଆଜି ‘ଜଞ୍ଜିର’ ଫିଲ୍ମକୁ ୪୭ ବର୍ଷ ପୂରଣ କରିଛି । ଏହି ଅବସରରେ ଅମିତାଭ ଫିଲ୍ମ ସହ ଜଡ଼ିତ କିଛି ଫଟୋକୁ ସେୟାର କରିଛନ୍ତି । ଫିଲ୍ମରେ ଅମିତାଭ ବଚ୍ଚନ ଓ ପ୍ରାନ୍ ସାହେବଙ୍କ ଟକ୍କରର କିଛି ଦୃଶ୍ୟ ଭାରତୀୟ ସିନେମାର ଚର୍ଚ୍ଚିତ ସିନ୍ ମଧ୍ୟରୁ ଗୋଟିଏ ବୋଲି ପରିଗଣିତ ହୋଇଥାଏ । ଅମିତାଭ ଏହି ଫିଲ୍ମକୁ ୪୭ ବର୍ଷ ପୂରଣ କରିଥିବାରୁ ଏହାର ଏକ ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ବଧାଇ ଜଣାଇଛନ୍ତି । ସୂଚନାଥାଉକି ଏହି ଫିଲ୍ମରେ ୧୯୭୩ ମସିହାରେ ରିଲିଜ୍ ହୋଇଥିଲା । ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଅପୋଜିଟ୍‌ରେ କାମ କରିଥିଲେ ଜୟା ବଚ୍ଚନ । ଏହାବାଦ୍ ଏଥିରେ ପ୍ରାଣ, ଓମ୍‌ପ୍ରକାଶ, ସତ୍ୟେନ୍ଦ୍ର କପୁର, ବିନ୍ଦୁ ଓ କୃଷ୍ଣା ମୁଖାର୍ଜୀଙ୍କ ରୋଲ ଥିଲା ଅନ୍ୟତମ । ଜଞ୍ଜିର ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା ଓ ଏହା ସେହି ବର୍ଷ ବ୍ଲକବ୍ଲଷ୍ଟର ସାବ୍ୟସ୍ତ ହୋଇଥିଲା । ଫିଲ୍ମର ଗୀତ ଆଜି ଖୁବ୍ ଲୋକପ୍ରିୟ ରହିଛି ।

Leave A Reply

Your email address will not be published.