୭୦ ପ୍ରତିଶତ ହରାଇଛନ୍ତି ରୋଜଗାର

0 78

ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ରୋଜଗାର ଓ ଜୀବିକା ହରାଇବା ପ୍ରସଂଗରେ କରାଯାଇଥିବା ଏକ ସର୍ଭେରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହରାଇଥିବାର ଜଣାପଡ଼ିଛି । ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଓ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ ପକ୍ଷରୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଦିଲ୍ଲୀ, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଂଗର ୪୦୦୦ ଶ୍ରମିକମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସର୍ଭେରେ ୧୨ଟି ରାଜ୍ୟର ଶ୍ରମିକମାନଙ୍କୁ ଫେବ୍ରୁଆରି ମାସରୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ଆୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସର୍ଭେରେ ଯେଉଁ ଶ୍ରମିକମାନଙ୍କର ଚାକିରି ରହିଯାଇଛି, ସେମାନଙ୍କର ଆୟ ହ୍ରାସ ପାଇଛି ବୋଲି ଜଣାପଡିଛି । ସହରାଞ୍ଚଳରେ ରୋଜଗାର ହରାଇବାର ସ୍ଥିତି ସବୁଠାରୁ ଖରାପ ରହିଛି । ଏଠାରେ ପ୍ରତ୍ୟେକ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ରୋଜଗାର ହରାଇଥିବାର ସର୍ଭେରୁ ଜଣାପଡ଼ିଛି । ଅପରପକ୍ଷେ, ଗ୍ରାମାଞ୍ଚଳରେ ରୋଜଗାରର ସ୍ଥିତି କିଛି ମାତ୍ରାରେ ଠିକ୍ ରହିଥିବା କୁହାଯାଇଛି । ଗ୍ରାମାଞ୍ଚଳରେ ୧୦ ଜଣଙ୍କ ମଧ୍ୟରୁ ୬ ଜଣ ପ୍ରଭାବିତ ହୋଇଛନ୍ତି । ସର୍ଭେରେ ଅଣକୃଷି କ୍ଷେତ୍ରରେ ଆୟ ୯୦ ପ୍ରତିଶତ ହ୍ରାସ ପାଇଥିବାର କୁହାଯାଇଛ । ଅଣ କୃଷିକ୍ଷେତ୍ରରେ ଯେଉଁ ଦାଦନ ଶ୍ରମିକ ସପ୍ତାହରେ ହାରାହାରି ୯୪୦ ଟଙ୍କା ଉପାର୍ଜନ କରୁଥିଲେ, ସେମାନଙ୍କର ଆୟ ଅଧା ହୋଇଯାଇଛି ।

Leave A Reply

Your email address will not be published.