ଗୋମାଂସ ବୋଝେଇ ଅଟୋ ଜବତ, ଚାଳକ ଗିରଫ

0 80

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରୁ ରାଉରକେଲାକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଅଟୋକୁ ବନ୍ଧମୁଣ୍ଡା ପୁଲିସ ଜବତ କରିଛ । ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଅଟୋ ଚାଳକ ମହମ୍ମଦ ସାଜିଦ ରେଳଧାରଣାରେ ପଡ଼ି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅଟୋ ·ଳକକୁ ପୁଲିସ ଗିରଫ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ଜବତ ଗୋମାଂସକୁ ପଶୁ ଚିକିତ୍ସା କର୍ମ·ରୀ ଘଟଣାସ୍ଥଳରେ ପୋତି ଦେଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ କୁତ୍ରାରୁ ଚାରିଟି ପିକଅପ ଭ୍ୟାନରେ ଗୋରୁମାଂସ ବୋଝେଇ ହୋଇ ଝାଡ଼ଖଣ୍ଡ ·ଲାଣ ହେଉଥିଲା । ଏ ସଂପର୍କରେ ବଜରଙ୍ଗ ଦଳ କର୍ମୀମାନେ ସୂଚନା ପାଇ ଚାରିଟି ଗାଡ଼ିର ପିଛା କରିଥିଲେ । ବନ୍ଧମୁଣ୍ଡା କୁକୁଡା ରେଳ ଫାଟକ ଅତିକ୍ରମ କରିବା ପରେ ଫାଟକ ପଡ଼ିଯାଇଥିଲା । ବଜରଙ୍ଗ ଦଳ କର୍ମୀମାନେ ନିରାଶ ହୋଇ ସେଠାରୁ ଫେରୁଥିବା ବେଳେ ଗୋମାଂସ ବୋଝେଇ ଅଟୋ ହାବୁଡ଼ରେ ପଡ଼ି ଯାଇଥିଲା । ପରେ କର୍ମିମାନେ ଗାଡିକୁ ଅଟାକଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ôଚ ଘଟଣାସ୍ଥଳରେ ଗାଡିକୁ ଜବତ କରି ଚାଳକକୁ ଗିରଫ କରିଥିଲା ।

Leave A Reply

Your email address will not be published.