ଭୋଡାଫୋନ୍ ଆଇଡିଆ ମିଶ୍ରଣ ବୈଠକ

0 84

ଭୁବନେଶ୍ୱର : ଦେଶର ଅଗ୍ରଣୀ ମୋବାଇଲ୍ କଂପାନି ଭୋଡାଫୋନ୍ ଆଇଡିଆ ଏହାର ପରିଚାଳନାରେ ବଡ଼ଧରଣର ପରିବର୍ତନ କରିଛି । ସର୍କଲ୍ ବଦଳରେ ଏହା କ୍ଲଷ୍ଟର ଭିତିରେ କାରବାର ପରିଚାଳନା କରିବାକୁ ନିଷ୍ପତି ନେଇଛି । ସାରା ଦେଶକୁ ଏହା ୧୦ଟି କ୍ଲଷ୍ଟର୍ରେ ଭାଗ କରିଛି । ଏହା ଦ୍ୱାରା ନିଜର ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ଏବଂ ୪ଜି ସେବାକୁ ଅଧିକ ବ୍ୟାପକ କରିବାକୁ କଂପାନି ଲକ୍ଷ୍ୟ ରଖିଛି । ସାରା ଦେଶକୁ ବିଭିନ୍ନ କ୍ଲଷ୍ଟର୍ରେ ଭାଗ କରିବା ଦ୍ୱାରା କଂପାନି ଏହାର ବ୍ୟବସାୟ ଉପରେ ଧ୍ୟାନ କେନ୍ଦ୍ରୀତ କରିପାରିବ । ଏହି କ୍ଲ୍ଷ୍ଟର୍ଗୁଡ଼ିକ ହେଉଛି ପଂଜାବ, ହରିଆନା, ହିମାଚଳ ପ୍ରଦେଶ, ଜେଆଣ୍ଡ୍କେ, ଲାଦାଖ; ଦିଲ୍ଲୀ ଓ ରାଜସ୍ଥାନ; ପୂର୍ବ ୟୁପି ଓ ପଶ୍ଚିମ ୟୁପି; ଆସାମ ଓ ଉତର ପୂର୍ବାଚଂଳ, କୋଲକାତା ଏବଂ ପଶ୍ଚିିମବଙ୍ଗର ବଳକା ଅଂଶ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ; କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା; କେରଳ ଓ ତାମିଲନାଡ଼ୁ; ମଧ୍ୟପ୍ରଦେଶ ଓ ଛତିଶଗଡ଼; ଗୁଜରାଟ; ମୁମ୍ବାଇ ଏବଂ ମହାରାଷ୍ଟ୍ର ଓ ଗୋଆ । ବ୍ୟବସାୟ ପରିଚାଳନାରେ ଏହି ପରିବର୍ତନର ଅଂଶ ସ୍ୱରୂପ କଂପାନି ତରଫରୁ ଏହାର ଏଟଂରପ୍ରାଇଜ୍ ବ୍ୟବସାୟ ମଧ୍ୟ ବଦଳାଯିବ । ୨୦୧୮ ସେପ୍ଟେ ମ୍ବରରେ ଭୋଡାଫୋନ୍ ଓ ଆଇଡିଆ ମଧ୍ୟରେ ମିଶ୍ରଣ ଘଟିଥିଲା । କଂପାନି ଏବେ ଏହାର ୪ଜି ସେବାକୁ ବ୍ୟାପକ କରି ଦେଶର ବିଭିନ୍ନ ରାଜ୍ୟର ୧୦୦ କୋଟିରୁ ଅଧିକ ଜନସଂଖ୍ୟା ପର୍ଯ୍ୟନ୍ତ ବଢ଼ାଇପାରିଛି । ୨୦୨୦ ଜୁନ୍ ପୂର୍ବରୁ କଂପାନି ଏହାର ନେଟୱର୍କ ସମନ୍ୱୟ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ମିଶ୍ରଣ ଘଟିବାର ଦୁଇ ବର୍ଷରୁ କମ୍ ସମୟ ହୋଇଥିବା ବେଳେ କଂପାନି ଏବେ ଗ୍ରାହକଙ୍କ ପାଇଁ ପରିଚାଳନାକୁ ସହଜ କରିବାକୁ ପଦକ୍ଷେପ ନେଇଛି । କଂପାନି ନୂତନ ଭାବେ ଗଠନ କରିଥିବା କ୍ଲଷ୍ଟରଗୁଡ଼ିକର ଦାୟିତ୍ୱ ନେବା ଲାଗି କଂପାନି ଭିତରୁ ଅନେକ ପ୍ରତିଭାବାନ ଲୋକଙ୍କୁ ଚୟନ କରିଛି । ଗତ ୧୨-୧୮ ମାସ ଭିତରେ ଏହା ଅନେକ ବରିଷ୍ଠ ପଦପଦବୀ ପୂରଣ କରିଛି । କରୋନା ଭୂତାଣୁ ସଙ୍କଟ ସମୟରେ ମଧ୍ୟ କଂପାନି ଏହାର ଗ୍ରାହକମାନଙ୍କ ଡାଟା ଓ ଭଏସ୍ ଆବଶ୍ୟକତାକୁ ଭଲ ଭାବେ ପୂରଣ କରିପାରିଛି ।

Leave A Reply

Your email address will not be published.