ଢେଙ୍କାନାଳରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ

0 72

ଢେଙ୍କାନାଳ ୨୫ । ୫ : ଢେଙ୍କାନାଳ ଜିଲ୍ଲାରେ ଆଉ ଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କରୋନା ପଜିଟିଭ୍ ବ୍ୟକ୍ତି ଜଣଙ୍କ କଙ୍କଡାହାଡ ବ୍ଳକ ଅନ୍ତର୍ଗତ ଗତରେଇ ଗ୍ରାମର ବୋଲି ପ୍ରଶାସନ ସୂଚନା ଦେଇଛି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୧୪ ତାରିଖ ଦିନ ସୁରଟରୁ ବାହାରି ଗଞ୍ଜାମ ଠାରେ ଟ୍ରେନ୍ ଯୋଗେ ପହଁଚିଥିଲେ । ସେଠାରେ ସେ ଛତ୍ରପୁର ଆଦର୍ଶ ବିଦ୍ୟାଳୟ ଠାରେ ଥିବା ସଂଘରେଧ କେନ୍ଦ୍ରରେ ରହିଥିଲେ । ୧୬ ତାରିଖ ରାତିରେ ବସ୍ଯୋଗେ ଗଞ୍ଜାମରୁ ଆସି କଙ୍କଡାହାଡ ବ୍ଳକର ଘାଗରାମୁଣ୍ଡା ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୭ ତାରିଖ ଦିନ ପହଁଚି ସଂଘରୋଧରେ ଥିଲେ । ୨୦ ତାରିଖ ଦିନ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୨୩ ତାରିଖ ଦିନ ଏହି ପରୀକ୍ଷା ପଜିିଟିଭ୍ ଭାବେ ଚିହ୍ନଟ ହୋଇଥିଲା । କରୋନା ପଜିଟିଭ୍ ବାହାରିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ତାଳଚେର କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଜିଲ୍ଲାର ୫୨ ଜଣ ସନ୍ଦିଗ୍ଧଙ୍କ ସ୍ୱାବ୍ ଟେଷ୍ଟପାଇଁ ପଠା ଯାଇଥିବା ବେଳେ କେବଳ ଏହି ବ୍ୟକ୍ତିଙ୍କର ପଜିଟିଭ୍ ଆସିଥିବା ବେଳେ ଅନ୍ୟ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ବାହାରିଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାର ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେବା ସଙ୍ଗେ ସଙ୍ଗେ ଯେହେତୁ ଉକ୍ତ ବ୍ୟକ୍ତି ସଂଘରୋଧରେ ଥିଲେ ତେଣୁ ଗୋଷ୍ଠୀ ସଂକ୍ରମଣର କୌଣସି ଆଶଙ୍କା ନାହିଁ ବୋଲି କହିଛନ୍ତି । ଏଥି ସହିତ ଲକଡାଉନର ନିୟମ ମାନି ଚଳିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।

Leave A Reply

Your email address will not be published.