ମଦ ହୋମ୍ ଡେଲିଭରୀକୁ ଢେଙ୍କାନାଳ ମଦ ଦୋକାନୀଙ୍କ ନା

0 72

ଢେଙ୍କାନାଳ ୨୫ । ୫ : ରାଜ୍ୟ ସରକାର ଅବକାରୀ ନିୟମକୁ ସଂଶୋଧନ କରି ମଦ ଦୋକାନରେ ଭିଡକୁ ଦୂରେଇ ରଖିବା ପାଇଁ ହୋମ୍ ଡେଲିଭରୀ ମାଧ୍ୟମରେ ମଦ କିଣିବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ସାରା ରାଜ୍ୟରେ ଅବକାରୀ ବିଭାଗ କସରତ ଆରମ୍ଭ କରି ଦେଇଥିବା ବେଳେ ଢେଙ୍କାନାଳ ମଦଦୋକାନୀ ମାନେ ସରକାରଙ୍କର ଏହି ନିଷ୍ପତିକୁ ମାନି ଦୋକାନ ଖୋଲି ପାରିବେନାହିଁ ବୋଲି ମନା କରିଦେଇଛନ୍ତି । ମେ ୨୪ ତାରିଖରୁ ହୋମ୍ ଡେଲିଭରୀ ପାଇଁ ସରକାର ଅନୁମତି ପ୍ରଦାନ କରିଥିବା ବେଳେ କାଉଂଟରରେ ମଦ ବିକ୍ରିକୁ ଅନୁମତି ଦେଇନାହାନ୍ତି । ଓଡିଶା,ବିହାର ଅବକାରୀ ଆଇନକୁ ସଂଶୋଧନ କରି ସରକାର ସ୍ପେଶାଲ୍ କୋଭିଡ ଫି ଲଗାଇ ମଦର ଦର ମୂଳ ଦର ଠାରୁ ଅଧିକ ୫୦ ପ୍ରତିଶତ ବଢାଇଛନ୍ତି । ଏଥି ସହିତ ହୋମ୍ ଡେଲିଭରୀ ପାଇଁ ୩ଶହ ଟଙ୍କାରୁ ହଜାର ଟଙ୍କା ପର୍ଯ୍ୟନ୍ତ ମଦ ଘରେ ପହଁଚାଇବା ପାଇଁ ଶହେ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ହଜାର ପରେ ପ୍ରତ୍ୟେକ ୫ଶହ ଟଙ୍କା କ୍ରୟ ଉପରେ ୨୫ଟଙ୍କା ଲେଖାଏଁ ଚାର୍ଜ ଦେବାପାଇଁ ଧାର୍ଯ୍ୟ କରିଛନ୍ତି ।ରାଜ୍ୟ ସରକାରଙ୍କ ହୋମ୍ ଡେଲିଭରୀର ଅନୁମତି ପ୍ରଦାନ ପରେ ମଦ ପାଇଁ ଡହକ ବିକଳ ହୋଇପଡିଥିବା ଯୁବକ ମାନେ ଉତ୍ସାହିତ ହୋଇପଡିଥିବା ବେଳେ ଆଜି ମଦ ଦୋକାନୀମାନେ ହୋମ୍ ଡେଲିଭରୀରୁ ବିରତ ରହିବା ପାଇଁ କହିବା ପରେ ମଦ୍ୟପ ନିରାଶ ହୋଇପଡିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.