ଚନ୍ଦକା ଅଭୟାରଣ୍ୟରୁ ଶିକାରୀ ଗିରଫ

0 91

ଭୁବନେଶ୍ୱର : ଡମପଡା ବନାଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭାଗୀପୁର ନିକଟ ଡମପଡା ଚନ୍ଦକା ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ ହୋଇଛି । ଶିକାର କରିବା ପାଇଁ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିବା ବେଳେ ଶିକାରୀ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଖେରଙ୍ଗ ଅଞ୍ଚଳର ସଫଦର ଖାଁ ।
ପାଟ୍ରୋଲିଂ ଦଳ ଶିକାରୀକୁ ଗିରଫ କରିବା ସହ ତାଠାରୁ ଏକ ବନ୍ଧୁକ, ଅଫୁଟା ଦୁଇଟି ଗୁଳି ଓ ଟର୍ଚ୍ଚଲାଇଟ୍ ଜବତ କରିଛି । ତା ସହ ଶିକାରରେ କିଏ ଆଉ ଥିଲେ ତାହା ଜଣାପଡିନି । ବନବିଭାଗ ଅଧିକାରୀ ତାଙ୍କୁ ପ·ରଉଚରା କରୁଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ·ଲାଣ କରାଯିବ ବୋଲି ସହକାରୀ ବନ ସଂରକ୍ଷଣ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.