ମାସ୍କ ପିନ୍ଧି ନ ଥିଲେ ବୋଲି ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ

0 66

ଭଦ୍ରକ : ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ପୋଲିସ କର୍ମୀ । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ·ରି ପାଞ୍ଚ ଜଣ ପୋଲିସ କର୍ମୀ ମିଶି ଜଣେ ବ୍ୟକ୍ତିଙ୍କୁ ପିଟି ·ଲିଛନ୍ତି । ବନ୍ତ ଥାନା ନିକଟରେ ଜଣେ ବ୍ୟକ୍ତି ଜଣକ ମାସ୍କ ନ ପିିନ୍ଧି ରାସ୍ତାରେ ବୁଲୁଥିଲେ । ଏହି ସାମାନ୍ୟ ଅପରାଧ ପାଇଁ ତାଙ୍କୁ ଧରି ପୋଲିସ ଏଭଳି ଅମାନୁଷିକ ଭାବେ ତାଙ୍କୁ ପିଟି ·ଲିଛି । ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ କର୍ମୀମାନେ ବ୍ୟକ୍ତି ଜଣଙ୍କୁ ପିଟୁଛନ୍ତି । ପୋଲିସ ମାଡ଼ରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବନ୍ତ ଗୋଷ୍ଠୀ ସ୍ୱ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଣେ ବ୍ୟକ୍ତି ପୋଲିସ ଅଧିକାରୀଙ୍କୁ ଟୁଇଟ୍ କରି ଜଣାଇବା ପରେ ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ଏସ୍ପି ଟୁଇଟ୍ କରି ସୂଚନା ଦେଇଛନ୍ତି । ଅନ୍ୟପଟେ ସଂପୃକ୍ତ ବ୍ୟକ୍ତି ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବବ୍ୟହାର କରିବା ନେଇ ଅଭିଯୋଗ ହୋଇଛି । ଏନେଇ ବନ୍ତ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ସୂଚନାଥାଉ କି, କିଛି ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅ ।ଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନା ଭିତରେ ଗଡାଇ ଗଡ଼ାଇ ପିଟୁଥିବା ଭିଡିଓ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.