ଦୁଃଖ ଯେବେ ଆସେ…

0 78

ପାଟନା: ବିହାରର ମୁଜାଫରପୁର୍ ରେଲ୍ୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଦୁନିଆ କ’ଣ ଭଲ ଭାବରେ ଜାଣି ନ ଥିବା ଏହି କଅଁଳ ଶିଶୁ ତା’ର ମୃତ ମା’ଙ୍କୁ ଉଠାଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ବିନା ଖାଦ୍ୟପେୟ ଓ ପ୍ରବଳ ଗରମରେ ଗୁଜରାଟରୁ ଆସି ନିଜ ଗନ୍ତବ୍ୟସ୍ଥଳ ବିହାରର ମୁଜାଫର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସମ୍ପକ୍ତ ମହିଳା ଜଣଙ୍କ ଟଳି ପଡ଼ିଥିଲେ । ତାଙ୍କ ମରଶରୀର ଷ୍ଟେସନରେ ପଡ଼ି ରହିଥିବାବେଳେ କଅଁଳ ଶିଶୁଟି ମା’ ଉପରେ ଘୋଡ଼ା ଯାଇଥିବା ଚଦରକୁ ଟାଣୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯାହା ଶ୍ରମିକଙ୍କ ଅସରନ୍ତି ଦୁର୍ଦ୍ଦଶାର ଚିତ୍ରକୁ ପୁଣି ଉଜାଗର କରିଛି । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ପରଠୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି । ଗତ କିଛି ଦିନ ହେବ ତାପମାତ୍ରା ହଠାତ୍ ବଢ଼ି ଯାଇଥିବାରୁ ଶ୍ରମିକଙ୍କ କଷ୍ଟ ଆହୁରି ବଢ଼ି ଯାଇଛି । ଫଳରେ ଏହି ମହିଳାଙ୍କ ଭଳି ଅନେକ ଶ୍ରମିକ ଅକାଳ ମୃତ୍ୟର ଶିକାର ବି ହେଉଛନ୍ତି ।

Leave A Reply

Your email address will not be published.