ମାସ୍କ ନ ପିନ୍ଧିବାରୁ ଗଣିଲେ ଜରିମାନା

0 78

ବୈାଦ୍ଧ: ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଥିବା ବେଳେ ଏହି ସମୟରେ ବୈାଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ ଡାଉନକୁ କୋହଳ କରାଯାଇଛି । ହେଲେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୁରତା ବଜାଇ ରଖିବାକୁ ଗୁରୁତ୍ୱ ଦିଆଯାଇ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି । ହେଲେ ଆଜି ସହରରେ ବୈାଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରହି ମାସ୍କ ବ୍ୟବହାର କରୁ ନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଜରିମାନା ବାବଦକ ୭୦୦୦ ଟଙ୍କା ଆଦାୟ କରାଯାଇଥିବା ବେଳେ ମାସ୍କ ବ୍ୟବହାର କରୁ ନଥିବା ଲୋକଙ୍କ ଠାରୁ ଜଣଙ୍କ ପିଛା ଦୁଇଶହ ଟଙ୍କା ଲେଖାଁଏ ଜରିମାନା ଆଦାୟ କରାଯାଇଥିଲା ।

Leave A Reply

Your email address will not be published.