ବଡ଼ପୁଅକୁ ହତ୍ୟାକରି ପୋତିଲେ ବାପା ଓ ସାନପୁଅ

0 76

ଖୁଣ୍ଟୁଣୀ, ଡୁମାଣୀଖବର : ନିଜର ପୁଅକୁ ହତ୍ୟାକରି ପୋତି ଦେଇଥିଲେ ବାପା । ଏଭଳି ଜଘନ୍ୟ କାଣ୍ଡ କଟକ ଜିଲ୍ଲାର ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଘଟିଥିବା ଜଣାଯାଛି । ପ୍ରାପ୍ତ ସୂଚନା ଅନୁଯାୟୀ, କଟକ ଜିଲ୍ଲାର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁର ସିଆଳି ସାହିରେ ରହୁଥିବା ନରେନ୍ଦ୍ର ଦେହୁରୀଙ୍କ ବଡ଼ ପୁଅ କୁନିଆଁ (୨୮) ଜଣେ ନିଶାଡ଼ି । ସେ ନିୟମିତ ଭାବେ ମଦ, ଗଞ୍ଜେଇ ଖାଇ ଘରେ ପାଟିତୁଣ୍ଡ କରୁଥିଲା ଏବଂ ମାରପିଟ ବି କରୁଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ବିବାହିତ କୁନିଆଁର ସ୍ତ୍ରୀ ବି ପ୍ରାୟ ବର୍ଷେ ହେବ ଘର ଛାଡ଼ି ·ଲିଯାଇଥିଲେ । ବଡ଼ପୁଅର ଦୌରାତ୍ମରେ ଅତିଷ୍ଠ ହୋଇ ବାପା ନରେନ୍ଦ୍ର ଦେହୁରୀ ଓ ତାଙ୍କ ସାନ ପୁଅ ଟିଟୁଆ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଗତ ରବିବାର ଦିନ କୁନିଆଁକୁ ଟାଙ୍ଗିଆ ଓ ଠେଙ୍ଗା ସହାୟତାରେ ମାରି ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିଲେ । ୫ଦିନ ହେଲା ପୁଅକୁ ଦେଖିନଥିଲେ ସ୍ଥାନୀୟ ଲୋକେ । ଏନେଇ ଗୁରୁଡିଝାଟିଆ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇବା ପରେ ତଦନ୍ତ କରିବା ପରେ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗତକାଲି ଗିରଫ କରିଛି । ହେଲେ ସାନ ପୁଅ ଟିଟୁଆ ଫେରାର୍ ହୋଇଯାଇଥିବା ଜଣାଯାଇଛି । ଆଜି ପୁଲିସ୍ ମୃତ କୁନିଆର ଶବ ବ୍ୟବଚ୍ଛେଦ କରିବ ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବ । ଅପରପକ୍ଷରେ ଆଜି ଅଭିଯୁକ୍ତ ନରେନ୍ଦ୍ର ଦେହୁରୀଙ୍କୁ କୋର୍ଟ·ଲାଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.