ସ୍ନାନ ଯାତ୍ରା ପାଇଁ ୩ ଦିନ ଧରି ପୁରୀରେ ୧୪୪ ଧାରା ଜାରି

0 73

ପୁରୀ: ମଙ୍ଗଳବାର ପୁରୀରେ ଛତିଶାନିଯୋଗ ବୈଠକରେ ଜିଲ୍ଲାପାଳ ୩ ଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ବଲଓ୍ନ୍ତ ସିଂହ କହିଛନ୍ତି । ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ଧାରା ଜାରି କରାଯାଇଛି । ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ଯ୍ୟନ୍ତ ଲାଗୁ କରାଯିବ । ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ·ରିପାଖରେ ବି ଲାଗୁ କରାଯିବ । କିଛିଦିନ ତଳେ କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ । ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ । ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ । ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ଅନୁଷ୍ଠିତ ହେବ । ସେହିଭଳି କଟକଣା ଭିତରେ ରଥଯାତ୍ରା ମଧ୍ୟ କରାଯାଇପାରିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ କହିଥିଲେ । ତେବେ ଏଥିପାଇଁ ପରି·ଳନା କମିଟି କେବଳ ରାଜ୍ୟ ସରକାରଙ୍କୁ ସୁପାରିସ୍ କରିପାରିବୟ ରାଜ୍ୟ ସରକାର ·ହିଁଲେ ହିଁ ରଥଯାତ୍ରା ହେବୟ ବିନା ଭକ୍ତ ଓ କଟକଣାରେ ଲକ୍ଡାଉନ୍ ନିୟମ ପାଳି ରଥଯାତ୍ରା ସମ୍ଭବ ବୋଲି ଗଜପତି କହିଥିଲେ ।

Leave A Reply

Your email address will not be published.