ପାକିସ୍ତାନର ଅଣ୍ଟା ଭାଙ୍ଗିଲାଣି,ଚଳିତବର୍ଷ ଘାଟିରେ ମଲେଣି ୧୧୮ ଆତଙ୍କୀ

0 104

ଶ୍ରୀନଗର : ପାକିସ୍ତାନର ବଡ଼ ଅସ୍ତ୍ର କୁହାଯାଉଥିବା ଆତଙ୍କବାଦୀଙ୍କୁ ଭାରତ ଦୃଢ଼ ମୁକାବିଲା କରି ପାକିସ୍ତାନକୁ ଧିରେ ଧିରେ ଦୁର୍ବଳ କରିବାରେ ଲାଗିଛି । ଏବେ ଘାଟିର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ମୃତ୍ୟୁଶଯ୍ୟାରେ ଶୁଆଇ ଦେଉଛନ୍ତି ଭାରତୀୟ ଯବାନମାନେ । ଫଳରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଜମ୍ମୁ ଓ କଶ୍ମୀରରେ ନେତୃତ୍ୱଶୂନ୍ୟ ହୋଇଯାଇଛନ୍ତି ଆତଙ୍କବାଦୀ ସଂଗଠନଗୁଡ଼ିକ । ସେନା ଓ ସୁରକ୍ଷା ବାହିନୀର ନିୟମିତ ଅପରେସନ ଫଳରେ ଘାଟିରେ ସକ୍ରିୟ ଥିବା ଅଧିକାଂଶ ଆତଙ୍କବାଦୀ କମାଣ୍ଡର ନିପାତ ହୋଇଯାଇଛନ୍ତି । ଏହା ଫଳରେ ପାକ-ପ୍ରାୟୋଜିତ ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଆତଙ୍କ ଖେଳିଯାଇଛି । ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ଘାଟିରେ ·ଲିଥିବା ଆତଙ୍କନିରୋଧୀ ଅଭିଯାନ ପାଇଁ ଚଳିତ ବର୍ଷ ବେଶ ସଫଳ ରହିଛ । ଅଧିକାଂଶ ଆତଙ୍କବାଦୀ ସଂଗଠନଗୁଡ଼ିକର ଅପରେସନାଲ କମାଣ୍ଡର ନିପାତ ହୋଇଯାଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଯେତିକି ଯୁବକ ଆତଙ୍କବାଦୀ ସଂଗଠନଗୁଡ଼ିକରେ ଯୋଗଦେଉଛନ୍ତି, ତାଠାରୁ ଅଧିକ ନିପାତ ହେଉଛନ୍ତି । ଚଳିତ ବର୍ଷ କଶ୍ମୀର ଘାଟିରେ ଏପର୍ଯ୍ୟନ୍ତ ମୋଟ ୧୧୮ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି ଓ ସେମାନଙ୍କ ମଧ୍ୟରେ ଅଛନ୍ତି ରିଆଜ ନାଇକୋ, ଫୌଜିଭାଇ, ଜୁବେର, କାରି ୟାସିର, ବୁରହାନ କୋକା, ଜୁନୈଦ ସେହରୀ, ହାଇଦର ଓ ତୟାବ ଓ୍ାଲିଦ ପରି ଆତଙ୍କବାଦୀ କମାଣ୍ଡର । ଏସବୁ ବରିଷ୍ଠ କମାଣ୍ଡର ନିହତ ହେବା ପରେ ଘାଟିରେ ହିଜବୁଲ, ଜୈସ, ,ଲସ୍କର-ଇ-ତୋଇବା ପରି ସଂଗଠନଗୁଡ଼ିକର ଅଣ୍ଟାଭାଙ୍ଗିଯାଇଛି ବୋଲି ସେ କହିଛନ୍ତି । ସେହିପର ଚଳିତ ବର୍ଷ ଏପର୍ଯ୍ୟନ୍ତ ଘାଟିରେ ୨୯ ଜଣ ସୁରକ୍ଷାବଳ ଯବାନ (ସେନା, ସିଆରପିଏଫ ଓ ସ୍ଥାନୀୟ ପୁଲିସକୁ ମିଶାଇ), ୧୨ ସାଧାରଣ ଲୋକ ନିହତ ହୋଇଛନ୍ତି ।

Leave A Reply

Your email address will not be published.