୬୧% ଭାରତୀୟ ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ନେଇ ଭରସା ରଖନ୍ତି ନାହିଁ

0 77

ନୂଆଦିଲ୍ଲୀ : ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଚୀନ ସେନା ସହିତ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମାମାଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୃପରେ ଲଗାତାର ପ୍ରଶ୍ନ ଉଠାଇଛନ୍ତି । ଆଇଏଏନଏସ ସିଭୋଟର ସ୍ନାପର ନୂତନ ପୋଲ ଅନୁସାରେ ଯେତେବେଳେ ରାଷ୍ଟ୍ରୀୟ ସୁରକ୍ଷା କଥା ଉଠୁଛି, କେବଳ ୩୯ ପ୍ରତିଶତ ଭାରତୀୟ ରାହୁଲ ଗାନ୍ଧୀଙ୍କ ଉପରେ ଭରସା ରଖନ୍ତି । କିନ୍ତୁ ୬୧ ପ୍ରତିଶତ ଲୋକ ତାଙ୍କ ଉପରେ ଭରସା ରଖନ୍ତି ନାହିଁ । କେବଳ ୧୪.୪ ପ୍ରତିଶତ ଲୋକ କହିଛନ୍ତି, ବହୁ କଷ୍ଟରେ ରାହୁଲ ଗାନ୍ଧୀଙ୍କ ଉପରେ ଭରସା ରଖନ୍ତି । କିନ୍ତୁ ୨୪.୨ ପ୍ରତିଶତ ବିନା ଦ୍ୱିଧାରେ ରାହୁଲଙ୍କ ଉପରେ ଭରସା ରଖିଥାନ୍ତି । ଅନ୍ୟପଟରେ ୬୧.୩ ପ୍ରତିଶ ଲୋକ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଉପରେ ଭରସା ନାହିଁ । ୧୬ ପ୍ରତିଶତ ପୁରୁଷ ଓ ୧୨ ପ୍ରତିଶତ ମହିଳା ରାହୁଲ ଗାନ୍ଧୀଙ୍କ ଉପରେ ବହୁତ କଷ୍ଟରେ ଭରୋସା ରଖିଥାନ୍ତି । କିନ୍ତୁ ୨୬ ପ୍ରତିଶତ ପୁରୁଷ ଓ ୨୨.୬ ପ୍ରତିଶତ ମହିଳା ବିନା ଦ୍ୱିଧାରେ ରାହୁଲଙ୍କ ନେତୃତ୍ୱକୁ ପ୍ରସନ୍ଦ କରିଥାନ୍ତି ୟ ରାହୁଲ ଗାନ୍ଧୀଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଅଧିକ ପସନ୍ଦ କରିଥାନ୍ତି ।

Leave A Reply

Your email address will not be published.