ଚୀନର ପ୍ରତିଟି ଚାଲକୁ ଜବାବ ଦେବ ଭାରତ : ଲଦାଖର ପ୍ରତିଟି ସ୍ଥାନକୁ ସାଟେଲାଇଟ ସହ ସଂଯୋଗ ସ୍ଥାପନ ଉଦ୍ୟମ ଜାରି

0 107

ଲଦାଖ : ଲଦାଖରେ ଭାରତୀୟ ସେନା ଚୀନ୍ର ପ୍ରତିଟି ଚାଲ୍କୁ ଜବାବ ଦେବା ପାଇଁ ଏବେ ସଂପୂର୍ଣ୍ଣ ତୟାର । ଯଦି ଚୀନ୍ ସେଭଳି କୌଣସି ହରକତ କରିବାକୁ ଚେଷ୍ଟା କରେ ତେବେ ତାକୁ ଉଚିତ୍ ଜବାବ ଦେବ ଭାରତ । ଭାରତ କେବଳ ଯେ ଗୁଳିଗୋଳା ଓ ଯୁଦ୍ଧାସ୍ତ୍ରରେ ନିଜକୁ ପ୍ରସ୍ତୁତ କରୁଛି ତା’ ନୁହେଁ ବରଂ ଲଦାଖର ପ୍ରତିଟି ସ୍ଥାନକୁ କିଭଳି ସାଟେଲାଇଟ୍ ସହ ସଂଯୋଗ କରାଯାଇପାରିବ ସେ ପ୍ରୟାସରେ ବି ରହିଛି । ଭାରତ ଏହି ପ୍ରସ୍ତୁତିକୁ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଥିବା ଜଣାଯାଇଛି । ଲଦାଖ ସୀମାବର୍ତ୍ତୀ ଗ୍ରାମରେ ସଂଚାର ବ୍ୟବସ୍ଥାକୁ ମଜବୁତ୍ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ନୂଆ ନିୟନ ପ୍ରସ୍ତୁତ କରିଛନ୍ତି । ଲଦାଖ ନିକଟରେ ସରକାର ୧୩୪ଟି ଡିଜିଟାଲ୍ ସାଟେଲାଇଟ୍ ଫୋନ୍ ଟର୍ମିନାଲ୍ ସ୍ଥାପନ କରିବା ପାଇଁ ଯୋଜନା ପ୍ରଣୟନ କରିଛନ୍ତି । ଲଦାଖ ଏକ୍ଜିକ୍ୟୁଟିଭ୍ କାଉନ୍ସେଲର କୁନଚୋକ ଷ୍ଟାଞ୍ଜି କହିଛନ୍ତି କି ଲଦାଖର ୫୭ଟି ଗ୍ରାମରେ ଖୁବ୍ଶୀଘ୍ର ସଂଚାର ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଏଥିପାଇଁ ଗତ ୮ ବର୍ଷ ହେବ ଚେଷ୍ଟା ଜାରି ରହିଛି । ସେହପରି ସେଠାରେ ୨୪ଟି ମୋବାଇଲ୍ ଟାୱାର ସ୍ଥାପନ କରିବା ପାଇଁ ଅନୁମତି ମିଳିଛି । କିନ୍ତୁ ବର୍ତ୍ତମାନ ସମୟରେ ସେଠାରେ ଅତିକମ୍ରେ ୨୫ଟି ମୋବାଇଲ୍ ସେଣ୍ଟରର ଆବଶ୍ୟକତା ରହିଛି ।

Leave A Reply

Your email address will not be published.