ଆରମ୍ଭ ହେଲା ରକ୍ତ ନମୁନା ପରୀକ୍ଷଣ

0 80

ଭୁବନେଶ୍ୱର: କୋଭିଡ୍-୧୯ ପରିପ୍ରେକ୍ଷୀରେ ନାଗରିକ ମାନଙ୍କ ରୋଗ ପ୍ରତିରୋଧି କ୍ଷମତାର ସ୍ଥିତିକୁ ଜାଣିବା ପାଇଁ ଗୋଷ୍ଠୀ ଏବଂ ଅଧିକ ସମ୍ବେଦନ ଶୀଳ ସମୁଦାୟ ଙ୍କ ନିମନ୍ତେ ଆଜି ମହାନଗର ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି , ସେରୋ ସର୍ଭେଲାନ୍ସ୍ । ଆରମ୍ଭ ହୋଇଥିବା ଏହି ରୋଗ ନିରୀକ୍ଷଣ କାର୍ଯ୍ୟର ବୈଷୟିକ ପରିଚାଳନା ଦାୟିତ୍ୱ ରହିଛି ଆଇ.ସି.ଏମ୍.ଆର୍ (ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର) ଉପରେ , କହିଛନ୍ତି କମିଶନର ପ୍ରେମ ଚନ୍ଦ୍ର ଚୈାଧରୀ । ସର୍ବେକ୍ଷଣର ରଣନୀତି ଅନୁସାରେ ବିଭିନ୍ନ ପ୍ରକାରର ଚିହ୍ନିତ ସମ୍ବେଦନଶୀଳ ନାଗରିକ ଯାହାକି ରୋଗୀ, ସ୍ୱାସ୍ଥ୍ୟ କର୍ମୀ, ସିକ୍ୟୁରିଟୀ ଗାର୍ଡ, ପ୍ରେସ୍ କର୍ମୀ, ମ୍ୟୁନିସ୍ପାଲ୍ କର୍ମୀ, ଡ୍ରାଇଭର, ଜେଲ୍ ଅନ୍ତେ ବାସୀ ଓ ସଂଶ୍ଳିଷ୍ଟ ବ୍ୟକ୍ତି, ଦୋକାନୀ/ବ୍ୟବସାୟୀ, ବିମାନ ବନ୍ଦର କର୍ମଚାରୀ, ସହରାଂଚଳ ବସ୍ତି, ପ୍ରବାସୀ ଶିବିର ଏବଂ ଆବଦ୍ଧ ଅଂଚଳ ସହିତ ଗୋଷ୍ଠୀରୁ ପରୀକ୍ଷଣ ହେବ ବୋଲି କୁହାଯାଇଛି ।
ସମୁଦାୟ ୨୫ ୱାର୍ଡର ୨୫ ଅଂଚଳରୁ ଏହି ସର୍ଭେଲାନ୍ସ ହେବ । ସ୍ଥିରୀକୃତ ୱାର୍ଡ ଗୁଡିକ ହେଲା – ୨,୪,୭,୧୪,୧୭ ,୧୯,୨୭,୨୯, ୩୨, ୪୦, ୪୨, ୪୫, ୫୪, ୫୬ ଏବଂ ୫୮ ରୁ ତା୧୧ ଜୁଲାଇରେ ୯,୧୨,୨୨,୨୪,୩୫,୩୭, ୪୮, ୫୧,୫୨, ୬୨, ଏବଂ ୬୫ ରୁ ତା ୧୨ ଜୁଲାଇରେ କରାଯିବ ।
ତେବେ ଚିହ୍ନିତ କର୍ମୀଙ୍କ ସ୍ଥିତିକୁ ନେଇ ବୈଷୟିକ ରୀତି ଅନୁସାରେ ଉକ୍ତ ୱାର୍ଡ ଗୁଡିକୁ ଚହ୍ନିତ କରାଯାଇଛି । କରାଯାଇଥିବା ସର୍ଭେଲାନ୍ସ ଟିମ୍ ଏହି ଅଂଚଳରେ ବୁଲି ନମୁନା ସଂଗ୍ରହ କରିବେ । ସର୍ଭେଲାନ୍ସ ୨ଟି କ୍ଷେପରେ ରେ ସମ୍ପୂର୍ଣ୍ଣ ହେବ । ପ୍ରଥମ କ୍ଷେପରେ ୧୦-୧୨ ଦିନ ପରେ ପରବର୍ତି କ୍ଷେପର ଦିବସ ଅନ୍ୟୁନ ୨୮ ଦିନ ପରେ ହେବ । ଯାହାର ସ୍ୱତନ୍ତ୍ର ନିୟମ ଅନୁସାରେ ସ୍ଥିରୀକୃତ ହୋଇଛି । ତେବେ ଏହି ପରବର୍ତି କ୍ଷେପର ସର୍ଭେଲାନ୍ସ ତାରିଖ ସ୍ଥିର ହେଲେ ଜଣାଯିବ । ପ୍ରଥମ କ୍ଷେପରେ ୫ ଟି ଟିମ୍ ସର୍ଭଲାନ୍ସ କର୍ମୀ ବିଶେଷ କରି ଲ୍ୟାବ୍ ଟେକ୍ନିସିଆନ୍ ରହିଥିବା ବେଳେ ପ୍ରତ୍ୟେକ ଟିମ୍ ରେ ୭ ରୁ ୧୦ ଜଣ ରହିଛନ୍ତି । ଏମାନଙ୍କୁ ବୈଷୟିକ ପରାମର୍ଶ ଏବଂ ତଦାରଖ କରିବାପାଇଁ ଆର୍.ଏମ୍.ଆର୍.ସି ର ପଦାଧିକାରୀ ଅଛନ୍ତି । ଜୁଲାଇ ୧୧ ଏବଂ ୧୨ ତାରିଖରେ ଗୋଷ୍ଠୀ ଅଂଚଳ ସରିବା ପରେ ଆସନ୍ତା ସପ୍ତାହରେ ଅନ୍ୟ ସମ୍ବେଦନଶୀଳ କର୍ମୀଙ୍କ ନିକଟକୁ ଯାଇ ଏହି ଟିମ୍ ମାନେ ନମୁନା ସଂଗ୍ରହ କରିବାର ପ୍ରସ୍ତାବ ରହିଛି । ସମ୍ବେଦନଶୀଳ କର୍ମୀ ଙ୍କ ଠାରୁ ୧୬୦୦ ଏବଂ ଗୋଷ୍ଠୀ ଅଂଚଳରୁ ୯୦୦ ଏହି ପରି ୨୫୦୦ ଙ୍କ ଠାରୁ ନମୁନା ସଂଗ୍ରହ କରାଯିବ ।
ସମ୍ପୃକ୍ତ ୱାର୍ଡ ଅଫିସର ଏବଂ ଜେ.ଡି.ସି ଙ୍କ ସହାୟତାରେ ଚହ୍ନିତ ଅଂଚଳକୁ ଯିବେ ସର୍ଭେଲାନ୍ସ ଟିମ୍ । ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ଆଜି ୫୩୦ ଟି ନମୂନା ଶେଷ ହୋଇଛି ।

Leave A Reply

Your email address will not be published.