ଶତ୍ରୁପକ୍ଷର ନିଦ ହଜିବ, ଫ୍ରାନ୍ସରୁ ୫ଟି ଫାଇଟର ଜେଟ୍ ଭାରତ ଅଭିମୁଖେ ଉଡ଼ାଣ ଭରିଲା

0 71

ନୂଆଦିଲ୍ଲୀ : ଦୁଶ୍ମନ୍କୁ ମାତ୍ ଦେବା ପାଇଁ ଭାରତ ହାତରେ ଲାଗିଛି ବଡ଼ ହତିଆର । ଭାରତୀୟ ବାୟୁସେନାରେ ସାମିଲ ହେବାପାଇଁ ୫ଟି ରାଫେଲ ଫାଇଟର ଜେଟ୍ ଫ୍ରାନ୍ସରୁ ଉଡ଼ାଣ ଭରିଛି । ଏହି ୫ଟି ଯୁଦ୍ଧବାହୀ ବିମାନ ୭ଜଣ ଭାରତୀୟ ପାଇଲଟ୍ ଚଳାଇ ଅମ୍ବଲା ଏୟାରବେସ୍କୁ ଆଣୁଛନ୍ତି । ଭାରତ ଆସିବା ବାଟରେ ୫ଟି ଫାଇଟର ପ୍ଲେନ୍ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଅଲ୍ ଡାଫରା ଏୟାରବେସ୍ରେ ଅବତରଣ କରିବେ । ସୂଚନାଥାଉକି ଅଲ୍ ଡାଫରା ଏୟାରବେସ୍ର ଦାୟିତ୍ୱ ଫ୍ରାନ୍ସ ଏୟାରଫୋର୍ସ ପାଖରେ ରହିଛି । ଏଠାରେ ଏହି ରାଫେଲ୍ ବିମାନ ଗୁଡ଼ିକର ଚେକିଂ କରାଯିବା ସହିତ ଇନ୍ଧନ ଭରଣ କରାଯିବ । ଜୁଲାଇ ୨୯ ତାରିଖ ସକାଳେ ଏହି ୫ଟି ଫାଇଟର ଜେଟ୍ ଭାରତରେ ପହଞ୍ôଛବ । ରାଫେଲ୍ ବିମାନଗୁଡ଼ିକ ଅମ୍ବଲା ଏୟାରବେସ୍ରେ ମୁତୟନ କରାଯିବ । ଫ୍ରାନ୍ସ ଠାରୁ ୩୬ଟି ରାଫେଲ ବିମାନ କିଣିବା ପାଇଁ ଭାରତ ଚୁକ୍ତି କରିଛି । ବର୍ତ୍ତମାନ ଏହି ୫ଟି ବିମାନକୁ ଫ୍ରାନ୍ସ ପକ୍ଷରୁ ଡେଲିଭରୀ କରାଯାଇଛି । ଅମ୍ବଲା ଏୟାରବେସ୍ ପହଞ୍ôଚବା ପରେ ରାଫେଲ ବିମାନଗୁଡ଼ିକୁ ମିସାଇଲ୍ରେ ଲେସ୍ କରାଯିବ । ଏହି ମିସାଇଲ୍ ଗୁଡ଼ିକ ମଧ୍ୟରେ ମେଟେଆର୍ ଓ ହେମର ରହିଛି । ରାଫେଲର ପ୍ରଥମ ସ୍କ୍ୱାର୍ଡନ ଅମ୍ବଲାରେ ରହିବ ଓ ଦ୍ୱିତୀୟଟିକୁ ପଶ୍ଚିମବଙ୍ଗର ହାଶିମରାରେ ମୁତୟନ କରାଯିବ । ୫ଟି ରାଫେଲ ବିମାନକୁ ଫ୍ରାନ୍ସସ୍ଥିତ ଭାରତୀୟ ଦୂତାବାସ ସବୁଜ ପତାକା ଦେଖାଇ କହିଛି କି ନୂଆ ରାଫେଲ ବିମାନ ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧିରେ ସହାୟକ ହେବ । ଏହାଦ୍ୱାରା ଭାରତୀୟ ବାୟୁସେନାର ଶକ୍ତିକୁ ଅଦ୍ଭୂତପୂର୍ବ ସଫଳତା ମିଳିବ । ରାଫେଲ ସହାୟତାରେ ବହୁ ଦୂରସ୍ଥାନକୁ ଅତି ସହଜରେ ମିସାଇଲ୍ ଲଞ୍ଚ କରାଯାଇପାରିବ । ଏୟାର ଷ୍ଟ୍ରାଇକ୍ରେ ଏହି ଫାଇଟର୍ ଜେଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ପାଖରେ ଏହି ୩୬ଟି ରାଫେଲ ବିମାନ ମହଜୁଦ୍ ରହିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ସୁଖୋଇ, ମିରାଜ, ମିଗ୍-୨୯, ଜାଗୁଆର, ଏଲ୍ସିଏ ଓ ମିଗ୍-୨୧ ଭଳି ଫାଇଟର ଜେଟ୍ ରହିଛି । ଏହାବାଦ୍ ଟ୍ରାନ୍ସପୋର୍ଟ ହେଲିକପ୍ଟର, ଟ୍ରେନର ଓ ଏରୋବିକ୍ ଟିମ୍ର ଜେଟ୍ ଓ ହେଲିକପ୍ଟର ବି ମହଜୁଦ୍ ରହିଛି ।

Leave A Reply

Your email address will not be published.