ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ପୁଲିସ କମିସନଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବ ଅଧିକାର କମିସନ

0 73

ନୂଆଦିଲ୍ଲୀ: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ·ରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ ଭୁବନେଶ୍ୱର ପୁଲିସ କମିସନଙ୍କୁ ନୋଟିସ୍ କରିଛନ୍ତି । ନିହତ ଆଦିତ୍ୟ ଦାସଙ୍କ ଶବ ରେଳ ଧାରଣା ଉପରୁ ଉଦ୍ଧାର କରାଯାଇଥିଲା । ଏ ସଂକ୍ରାନ୍ତରେ ଜୁଲାଇ ୨୪ ତାରିଖ ଦିନ ଜାତୀୟ ମାନବ ଅଧିକାର କମିସନରେ ସୁପ୍ରିମ୍କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଅଭିଯୋଗ କରିଥିଲେ । ଏହାକୁ ବି·ର କରି ଜାତୀୟ ମାନବ ଅଧିକାର କମିସନ ଆଦେଶ ଜାରି କରିବା ସହ ପୁଲିସ କମିସନଙ୍ର୍କୁ ତାଗିଦ କରିଛନ୍ତି ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରିପୋର୍ଟ ନ ମିଳିଲେ, କମିସନ୍ ମାନବ ଅଧିକାର ଆଇନ, ୧୯୯୩ର ୟୁ/ଏସ୍ ୧୩ ଅନୁସାରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବାଧ୍ୟ କରିବ । ଜୁଲାଇ ୭ ତାରିଖ ଦିନ ଲିଙ୍ଗରାଜ ଷ୍ଟେସନ ନିକଟ ରେଳଧାରଣା ଉପରେ ମାନବ ଅଧିକାର କର୍ମୀ ତଥା ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ପୁଲିସ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜାଣି ପାରି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ପୁଲିସ, ଗୁଇନ୍ଦା ଏବଂ ରାଜ୍ୟ ଆଇନଶୃଙ୍ଖଳା ବ୍ୟବସ୍ଥାର ଭୂମିକା ଥିବାରୁ ଏଥିରେ ବିଳମ୍ବ ହେବା ସନ୍ଦେହ ସୃଷ୍ଟି କରୁଛି । ଏହି ଘଟଣାର ତଦନ୍ତ ଭାର ସିବିଆଇ ବା ସିବି-ସିଆଇଡିଙ୍କୁ କିମ୍ବା କେଣସି ସ୍ୱାଧୀନ ବିଶେଷଜ୍ଞ ଟିମ୍ଙ୍କୁ ଦେବା ପାଇଁ ସେ ଜାତୀୟ ମାନବ ଅଧିକାର କମିସନଙ୍କୁ ଅନୁରୋଧ କରିଛନ୍ତି । ଅପରାଧୀମାନଙ୍କୁ ତୁରନ୍ତ ଧରିବା ବ୍ୟବସ୍ଥା କରିବା, ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥ ପ୍ରଦାନ ଏବଂ ସେମାନଙ୍କର ସୁରକ୍ଷା ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.