ସେନା ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଆହତ

0 93

ବାରମୁଲ୍ଲା : ଜାମ୍ମୁ କାଶ୍ମୀରରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସନ୍ଦିଗ୍ଧ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର ସୋପୋରର ହାଇଗାମ ଅଞ୍ଚଳରେ ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ସେନା ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଆତଙ୍କବାଦୀମାନେ ହାଇଗାମର ଟାଇମ୍ ପାସ୍ ହୋଟେଲ ନିକଟରେ ସେନା, ସିଆର୍ପିଏଫ୍ ଏବଂ ପୋଲିସ ମିଳିତ ନାକା ପାର୍ଟି ଉପରେ ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଥିଲେ ମଧ୍ୟ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.