ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଆତ୍ମହତ୍ୟା

0 72

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷା ଫଳ ଆଶାନୁରୂପ ହୋଇ ନ ଥିବାରୁ ଆତ୍ମହତ୍ୟା ସନ୍ଦେହ କରାଯାଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଆନନ୍ଦପୁରର ବଡ଼ଦାଣ୍ଡର ସରୋଜ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିଲେ। ଗତକାଲି ପରୀକ୍ଷା ଫଳ ବାହାରିବା ପରେ ସେ ନିଜର ମାର୍କକୁ ନେଇ ବିସ୍ମିତ ହୋଇଥିଲେ। କାରଣ ତାଙ୍କର ଯୁକ୍ତ ଦୁଇ ପରୀକ୍ଷା ଫଳ ଆଶାନୁରୂପ ହୋଇ ନଥିଲା। ଏହାକୁ ନେଇ ସେ ଖୁବ୍ ବ୍ୟସ୍ତ ହୋଇଥିଲେ।

ତାପରେ ଘରେ ଏକ ରୁମରେ କବାଟ କିଳି ଅଭିଷେକ ନିଜ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ। ଏନେଇ ପୁଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ବି ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ରାତି ପ୍ରାୟ ୯ଟା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ରିଲ୍ ଭାଙ୍ଗି ଅଭିଷେକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.