କୋଝିକୋଡ ବିମାନ ଦୁର୍ଘଟଣା, ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ୮୫ଜଣ ଯାତ୍ରୀ

0 65

ନୂଆଦିଲ୍ଲୀ: କେରଳର କୋଝିକୋଡରେ ଅବତରଣ ସମୟରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବେ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ୮୫ଜଣ ଯାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ ସୂଚନା ଦେଇଛି ଏୟାର ଇଣ୍ଡିଆ ଏକ୍ସପ୍ରେସୟ ବିମାନ ଦୁର୍ଘଟଣାରେ ଆହତ ୮୫ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ·ର୍ଜ କରାଯାଇଥିବା ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି । ଶୁକ୍ରବାର ରାତିରେ ପ୍ରବଳ ବର୍ଷା ସମୟରେ କୋଜିକୋଡେ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁବାଇରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇଜଣ ପାଇଲଟଙ୍କ ସମେତ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଆହତ ହୋଇଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କହିଥିଲେ ଯେ ବିମାନ ଦୁର୍ଘଟଣାରେ ୧୪୯ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨୩ଜଣ ଡିସ·ର୍ଜ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆଜି ଡିସ·ର୍ଜ ହୋଇଥିବା ଯାତ୍ରୀଙ୍କ ସଂଖ୍ୟା ବି ୮୫ରେ ପହଞ୍ଚିଛି । ଆଇଏକ୍ସ-୧୩୪୪ ବିମାନର ଆହତ ଯାତ୍ରୀମାନେ କୋଜିକୋଡର ବିଭିତ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଏୟାରଲାଇନ୍ସ ଏକ ବିବତ୍ତିରେ କହିଛି ।

Leave A Reply

Your email address will not be published.